Thursday, March 28, 2024

Top 5 This Week

Related Posts

ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ କ୍ରୀଡାବିତ ମାନଙ୍କ ଜାତୀୟ ସ୍ତରରେ ସଫଳତା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୨୭/୨) : ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ କ୍ରିଡାବିତ ମାନଙ୍କ ଆଉ ଏକ ଚମକପ୍ରଦ ପ୍ରଦର୍ଶନ ଦେଖିବାକୁ ମିଳିଛି । ଷଷ୍ଠ ଜାତୀୟ ମାର୍ସଲ ଆର୍ଟ ଗେମ୍ସରେ ଜିଲ୍ଲାର କ୍ରିଡାବିତ ମାନଙ୍କୁ ଏହି ସଫଳତା ମିଳିଛି ।

ଗୋଆରେ ଅନୁଷ୍ଠିତ ଏହି ସଂଘର୍ଷ ପୂର୍ଣ୍ଣ ମାର୍ସଲ ଆର୍ଟ ଗେମ୍ସରେ ସୁବର୍ଣ୍ଣପୁର ଜିଲ୍ଲା ର ଏହେସାସ ତାଇକଣ୍ଡୋ ଏକାଡେମୀ ର ୭ ଜଣିଆ ଟିମ ଗୋଆ ଯାଇଥିଲା । କୋଚ ଏହେସାସ ହୋତାଙ୍କ ନେତୃତ୍ବରେ ଯାଇଥିବା ଏହି ଟିମ ର ଆର୍ଯ୍ୟନ ମହାନ୍ତି, କୁମାର କାଶ୍ୟପ ଷଡ଼ଙ୍ଗୀ, ବିଶ୍ୱ ରଂଜନ ସାହୁ ଏବଂ ହର୍ଷିତା ନାୟକ ଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ପ୍ରିୟଦର୍ଶନୀ କର, ଅଭିଳାଶ ସାହୁ ଏବଂ ଶୁଭମ ସାମର୍ଥ ରୋପ୍ୟ ପଦକ ହାସଲ କରିଛନ୍ତି ।

ସେହିଭଳି କୋଚ ଏହେସାସ ହୋତାଙ୍କୁ ଶ୍ରେଷ୍ଠ କୋଚ ଭାବେ ମଧ୍ୟ ପୁରସ୍କୃତ କରାଯାଇଛି । କ୍ରିଡାବିତ ମାନଙ୍କ ଏହି ସଫଳତା ସଂପର୍କରେ ଖବର ପାଇ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଏବଂ ଜିଲ୍ଲା କ୍ରିଡା ଅଧିକାରୀ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଫୋନ ଯୋଗେ କୋଚ ଏହେସାସ ଏବଂ ଅନ୍ୟ କୃତି କ୍ରିଡାବିତ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିଭଳି ରାଜ୍ୟ ତାଇକଣ୍ଡୋ ସଂଘ ର ସମ୍ପାଦକ ମନମୋହନ ଭଞ୍ଜ ଏବଂ ଜିଲ୍ଲା ତାଇକଣ୍ଡୋ ସଂଘ ର ସଭାପତି ରବୀନ୍ଦ୍ର ହୋତା ପ୍ରମୁଖ କୃତି କ୍ରିଡାବିତ ତଥା କୋଚ ଏହେସାସ ହୋତା ଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ତାଇକଣ୍ଡୋ କ୍ରିଡାବିତ ମାନଙ୍କ ପାଇଁ ଟ୍ରେନିଂ ହଲ ର ବ୍ୟବସ୍ଥା କରାଯାଇଥିବାରୁ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Popular Articles