ଗାଁ ଗଣ୍ଡାରେ ବ୍ରଡ୍‌ବ୍ୟାଣ୍ଡ୍‌ ସ୍ୱପ୍ନ କୁ ଧକ୍କା

0
127
ଗାଁ ଗଣ୍ଡାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୮/୦୨) : ଗାଁ ଗଣ୍ଡାରେ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍ ସଂଯୋଗ ପହଞ୍ଚାଇବା ଲାଗି ସରକାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ଶକ୍ତ ଧକ୍କା ଲାଗିଛି । 

୧୬ ଟି ରାଜ୍ୟରେ ଥିବା ୩ ଲକ୍ଷ ୬୧ ହଜାର ଗାଁ ଗଣ୍ଡାରେ ବ୍ରଡ୍‌ବ୍ୟାଣ୍ଡ୍‌ ର ବ୍ୟବସ୍ଥା କରିବା ଲାଗି ୧୯ ହଜାର କୋଟି ଟଙ୍କା ମୂଲ୍ୟ ର ଟେଣ୍ଡର ଆହ୍ୱାନ କରାଯାଇଥିଲା । ଅପ୍ଟିକାଲ୍ ଫାଇବର୍‌ ଭିତ୍ତିକ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ଗାଁରେ ପହଞ୍ଚାଇବାକୁ ଯୋଜନା ଥିଲା । ମାତ୍ର, ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟ ସଂସ୍ଥା ଗୁଡ଼ିକ ଅଂଶଗ୍ରହଣ କରି ନଥିଲେ । ସେଥିପାଇଁ ଟେଣ୍ଡର କୁ ସରକାର ବାତିଲ କରିଛନ୍ତି । ଏହି ପ୍ରକଳ୍ପକୁ ଗତବର୍ଷ ଜୁନ୍‌ରେ ମଞ୍ଜୁର କରାଯାଇଥିଲା । ମୋଟ ୨୯,୪୩୦ କୋଟି ଟଙ୍କା ବ୍ୟୟରେ ୧୬ ଟି ରାଜ୍ୟରେ ଥିବା ବିଭିନ୍ନ ଗାଁରେ ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍‌ରେ ଅପ୍ଟିକାଲ୍ ଫାଇବର୍ ସଂଯୋଗ ପ୍ରଦାନ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା ।

ଭାରତ ନେଟ୍‌ ଯୋଜନା ଅଧୀନରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ପ୍ରକଳ୍ପକୁ ଆର୍ଥିକ ଦୃଷ୍ଟିକୋଣରୁ କାର୍ଯ୍ୟକାରୀ କରିବାରେ ଯେଉଁ ୧୯,୦୪୧ କୋଟି ଟଙ୍କାର ଅଭାବ ଦେଖା ଦେଇଥିଲା ତାହା କେନ୍ଦ୍ର ସରକାର ପ୍ରଦାନ କରିବେ ବୋଲି କହିଥିଲେ ।