ଶିଶୁ ବିଦ୍ୟାମନ୍ଦିରରେ ଶିଵସ୍ମୃତି ସମାରୋହ ପାଳିତ

କାଶୀପୁର (ସୌମ୍ୟରଂଜନ ସାହୁ): ରାୟଗଡ ଜିଲ୍ଲା କାଶିପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିବସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ଗନ୍ତାୟତ ଶିବପ୍ରସାଦଙ୍କ ପୁସ୍ତକ ସମୀକ୍ଷା ଓ ଆଲୋଚନାରେ କାଶିପୁରର ବରିଷ୍ଠ ଆଲୋଚକ ଭାବଗ୍ରାହୀ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡିଆ ସାହିତ୍ୟରେ ଗନ୍ତାୟତ ଶିବପ୍ରସାଦଙ୍କ ଅବଦାନ ସମ୍ପର୍କିତ ମତ ରଖିଥିଲେ । ଟିକିରି ସାହିତ୍ୟ ପରିବାର ଆନୁକୂଲ୍ୟରେ ଅନୁଷ୍ଠିତ ଭବ୍ୟ ସମାରୋହରେ ଲେଖକ ଅରୁଣ ନାଏକ, ରୂପନାରାୟଣ ମାଝୀ, ପ୍ରଧାନାଚାର୍ଯ୍ୟ ସତ୍ୟ ନାରାୟଣ ସାହୁ, ବୈକୁଣ୍ଠ ଗୌଡ, ଶଙ୍କର ପ୍ରସାଦ ମିଶ୍ରଙ୍କ ସମେତ ଆଚାର୍ଯ୍ୟ/ଆଚାର୍ଯ୍ୟା, ଲେଖକ, ବୁଦ୍ଧିଜିବୀ ଯୋଗଦେଇ ଗନ୍ତାୟତ ଶିବପ୍ରସାଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଷ୍ପାର୍ପଣ କରିଥିଲେ । ଆବାହକ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.