ଚନ୍ଦ୍ରପୁର ରେ ନିର୍ମାଣ ଶ୍ରମିକ ସେବା ଶିବିର

ଚନ୍ଦ୍ରପୁର(କୈଲାସ କୁଲେସିକା): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ନିର୍ମାଣ ଶ୍ରମିକ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି |

ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରଶାନ୍ତ କୁମାର ତ୍ରିପାଠୀ, ସହକାରୀ ଶ୍ରମ ଅଧିକାରୀ ରାମଚନ୍ଦ୍ର ନାୟକ, ସଞ୍ଜୟ କୁମାର ରାଇତା, ଏସ. କେ. ପଣ୍ଡା, ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ସଞ୍ଚିତା ପତ୍ରିଙ୍ଗ, ଉପାଧ୍ୟକ୍ଷା ରୁଣୁବାଳା ରାଜୁ, ବିଡ଼ିଓ ଜର୍ଜ ଡୁଙ୍ଗ ଡୁଙ୍ଗ, ଚନ୍ଦ୍ରପୁର ସରପଞ୍ଚ ସୁଜିତ ବେଦରକା ସହ ଅନ୍ୟମାନେ ମଂଚାସୀନ ଥିଲେ | ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୭୫୦ଜଣ ଉପସ୍ଥିତ ଥିଲେ ଓ ୫୫୦ଜଣ ପଞ୍ଜିକରଣ କରିଥିଲେ | ମୃତ୍ୟୁ ସହାୟତା ରାଶି ୩ଜଣଙ୍କୁ ୧ଲକ୍ଷ ୫ହଜାର ଟଙ୍କା ଏବଂ ନିର୍ମାଣ ଶ୍ରମିକ ସହାୟତା ରାଶି ୨ଜଣଂକୁ ୩ହଜାର ଓ ଜଣକୁ ୫ହଜାର ଟଙ୍କା ଓ ଆଉ ଜଣକୁ ୪୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ | ଶ୍ରୀ ଟୁନା ଖଟେଇ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରବଣ ସିଂ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.