Related Contents

ସିବିଆଇର ପୁଣି ନୋଟିସ ହୋଇପାରେ ଅତନୁ ଓ ଅରୁଣଙ୍କୁ

ଭୁବନେଶ୍ୱର(ଓଡିଶା ନ୍ୟୁଜ୨୪): ଚିଟଫଣ୍ଡ ମାମଲାରେ ଦୁଇ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ପୁଣି ଥରେ ନୋଟିସ୍ କରାଯିବ। ଭୁବନେଶ୍ୱର ସିବିଆଇ ସୂତ୍ରରୁ କିଛି ଗଣମାଧ୍ୟମକୁ ଏହି ସୂଚନା ମିଳିଛି ।

୨୮ ତାରିଖରେ ଅରୁଣ ଏବଂ ଓ ୩୦ ତାରିଖରେ ଅତନୁ ସିବିଆଇ ପାଖରେ ହାଜର ହେବାକୁ କୁଆଡ଼େ ନୋଟିସ୍ ହୋଇଥିଲା । ମାତ୍ର ସେମାନେ ହାଜର ନ ହେବାରୁ ପୁଣି ଥରେ ନୋଟିସ୍ ପଠାଇବା ଦରକାର ହୋଇଛି । ଅତନୁ ଓ ଅରୁଣଙ୍କୁ ସିବିଆଇ ନୋଟିସ୍ ପ୍ରସଙ୍ଗଟି ସବୁ ଦୃଷ୍ଟିରୁ ନାଟକୀୟ ହୋଇଛି । ଗତ ୨୯ ତାରିଖରେ ଏହି ଖବରଟି ପ୍ରଥମେ ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଟୁଇଟ୍ କରି ଜଣାଇଥିଲା । ମାତ୍ର ସିବିଆଇ ନୋଟିସ୍ ର କପି ଦେଖିବାକୁ ମିଳିଲାନି । ଉଭୟ ନେତାଙ୍କ ମୁହଁରୁ ଏ ସମ୍ପର୍କିତ କିଛି ବି ସୂଚନା ମିଳିଲାନି । ଏଏନଆଇ ସୂତ୍ରକୁ ବିଶ୍ୱାସ କରି ଗଣମାଧ୍ୟମ ଏହି ଖବରଟିକୁ ଚଲାଇଥିଲେ ସତ ହେଲେ ଦ୍ୱନ୍ଦ ଲାଗି ରହିଥିଲା । ସନ୍ଦେହ ବଢ଼ାଇ ଦେଇଥିଲେ ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର । ସେଦିନ ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ସେ ଖବରର ସତ୍ୟାସତ୍ୟ ନେଇ ପ୍ରଶ୍ନ ଛାଡ଼ିଥିଲେ । ବିଜେଡ଼ିର ଦୁଇ ସଂପୃକ୍ତ ନେତା ସିବିଆଇ ନୋଟିସ୍ ପାଇନାହାନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ । ଇତିମଧ୍ୟରେ ଦୁଇଦିନ ବିତିଥିଲେ ମଧ୍ୟ ଅତନୁ ଓ ଅରୁଣ ମୁହଁ ଖୋଲିନାହାନ୍ତି କି ସିବିଆଇରେ ହାଜର ହୋଇନାହାନ୍ତି ।

Comments are closed.