Friday, March 29, 2024

Top 5 This Week

Related Posts

କଲ୍ୟାଣସିଂହପୁର (କ) ଜୋନ ର ଜିଲ୍ଲା ପରିଷଦ ୭ ସରପଞ୍ଚ ଓ ସମିତି ସଭ୍ୟ ବିଜୟୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୭/୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ରାୟଗଡା ଜିଲା କଲ୍ୟାଣସିଂହପୁର (କ) ଜୋନ ରେ ଜିଲା ପରିଷଦ ବିଜେଡି ସମର୍ଥିତ ପ୍ରାର୍ଥୀ ବି ୱାରା ପ୍ରସାଦ ରାଓ, କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ଅଶ୍ୱିନୀ କୁମାର ମହାପାତ୍ର କୁ ୧୦୧୯ ଭୋଟରେ ହରାଇ ବିଜୟୀ ହୋଇଥିବା ବେଳେ ୭ ଟି ସରପଞ୍ଚ ଓ ୭ ଟି ସମିତି ସଭ୍ୟ ସଭ୍ୟା ବିଜୟୀ ହୋଇଛନ୍ତି ।

କଲ୍ୟାଣସିଂହପୁର (କ) ଜୋନ ର ଗୌତମ ବାର୍ଲି ୧,୫୭୩ ଭୋଟ ଓ ଈଶ୍ୱର ହିକକା ୧,୧୬୩ ଭୋଟ ପାଇ ଥିବା ବେଳେ ୪୧୦ ଭୋଟ ଅଧିକା ପାଇ ଗୌତମ ବାର୍ଲି ବିଜୟ ହୋଇଛି । ବୁଡ଼ାଗୁଡା ପଞ୍ଚାୟତରେ କାଡ୍ରାକା ଶ୍ରୀରାମ ୧,୨୭୪ ଭୋଟ ପ୍ରତିଦ୍ବନ୍ଦୀ କନ୍ତାରୁ କାଡ୍ରାକା ୧,୨୬୯ ଭୋଟ ପାଇ ଥିବା ବେଳେ ୫ଟି ଭୋଟ ପାଇ କାଡ୍ରାକା ଶ୍ରୀରାମ ବିଜୟୀ । କରପା ପଞ୍ଚାୟତ ରେ ସୁକାନ୍ତି କାଡ୍ରାକା ୧,୩୯୪ ଭୋଟ ପ୍ରତିଦ୍ବନ୍ଦୀ ବର୍ଷା କାଡ୍ରାକା ୧,୦୪୭ ଭୋଟ ପାଇଥିବା ବେଳେ ୩୪୭ ଅଧିକା ପାଇଁ ସୁକାନ୍ତି କାଡ୍ରାକା ବିଜୟୀ । ଧାମୁଣିପଙ୍ଗା ପଞ୍ଚାୟତରେ ଅଞ୍ଜଳି ତିଆକା ୧,୨୦୫ ଭୋଟ ପ୍ରତିଦ୍ବନ୍ଦୀ ପ୍ରଭାତୀ ୱାନ୍ଦ।ଲାକା ୧,୧୪୪ ଭୋଟ ପାଇଁ ଥିବାରୁ ୬୧ ଭୋଟ ଅଧିକା ପାଇଁ ଅଞ୍ଜଳି ତିଆକା ବିଜୟୀ ।27940e2f 4f4f 4ac3 a449 32e9525986e6 କଲ୍ୟାଣସିଂହପୁର (କ) ଜୋନ ର ଜିଲ୍ଲା ପରିଷଦ ୭ ସରପଞ୍ଚ ଓ ସମିତି ସଭ୍ୟ ବିଜୟୀ

ନାରାୟଣପୁର ପଞ୍ଚାୟତରେ ସିତାରାମ କାଡ୍ରାକା ୧,୨୧୩ ଭୋଟ ଓ ପ୍ରତିଦ୍ବନ୍ଦୀ ଧନସିଂ ତିମାକା ୧,୦୪୦ ଭୋଟ ପାଇ ଥିବା ବେଳେ ୧୭୩ ଭୋଟ ପାଇ ଥିବାରୁ ସିତାରାମ କାଡ୍ରାକା ବିଜୟୀ । ସିଙ୍ଗାରି ପଞ୍ଚାୟତରେ ନାଲା ପ୍ରେପକା ୧,୧୪୬ଭୋଟ ଓ କୁର୍ଷିକା କାନ୍ତିମା ୭୭୪ ଭୋଟ ପାଇଁ ଥିବାରୁ ୩୭୨ ଅଧିକା ଭୋଟ ନାଲା ପ୍ରେପକା ଙ୍କୁ ବିଜୟୀ ।

ପାର୍ଶାଲି ପଞ୍ଚାୟତର ନିୟମଗିରି ବୁଥରେ ଡଙ୍ଗରିଆଣି ଲକ୍ଷ୍ମୀ କାଡ୍ରାକା ୬୦୯ ଭୋଟ ଓ ପ୍ରତିଦ୍ବନ୍ଦୀ ପୁଲେ କାଡ୍ରାକା ୧୯୦ ଭୋଟ ପାଇଥିବା ବେଳେ ୪୧୯ ଭୋଟ ଅଧିକା ପାଇଁ ଲକ୍ଷ୍ମୀକାଡ୍ରାକା ଙ୍କୁ ବିଜୟୀ ଘୋଷଣା କରାଯାଇଛି । ସେହିପରି ସମିତି ସଭ୍ୟରେ ପାର୍ଶାଲି ପଞ୍ଚାୟତର ବିକାଶ ବାଗ ୪୨୩ ଭୋଟ ପ୍ରତିଦ୍ବନ୍ଦୀ କର୍ଣ୍ଣ କୌଶଲ୍ୟା ୧୬୯ ଭୋଟ ପାଇଥିବା ବେଳେ ବିକାଶ ବାଗ ୨୫୪ ଅଧିକା ପାଇଥିବାରୁ ବିଜୟୀ କରିଛନ୍ତି ।

ସିଙ୍ଗାରି ରେ ଅମ୍ବ୍ରିକା କାଡ୍ରାକା ୧,୧୮୯ଭୋଟ ପ୍ରତିଦ୍ବନ୍ଦୀ ସବିତା କାଡ୍ରାକା ୭୦୭ ଭୋଟ ପାଇଥିବା ବେଳେ ଅମ୍ବ୍ରିକା କାଡ୍ରାକା ୪୮୨ଭୋଟ ଅଧିକା ପାଇଁ ଥିବାରୁ ବିଜୟୀ, କରପା ରେ କାଞ୍ଚାନ ନେମାଲପୁରୀ ୧,୨୮୬ ଭୋଟ ପ୍ରତିଦ୍ବନ୍ଦୀ ରଞ୍ଜିତା ମହାଙ୍କୁଡା ୧,୦୫୧ ଭୋଟ ପାଇଥିବାରୁ ୨୩୫ ଅଧିକା ଭୋଟ କାଞ୍ଚାନ ନେମାଲପୁରୀ ବିଜୟୀ । ନାରାୟଣପୁର ରେ ରୁନି କାଡ୍ରାକା ୧,୨୬୪ ଭୋଟ ଓ ପ୍ରତିଦ୍ବନ୍ଦୀ କାଳିତା କାଡ୍ରାକା ୧,୧୧୩ଭୋଟ ପାଇଁ ଥିବାରୁ ଅଧିକା ୧୫୧ ରୁନି କାଡ୍ରାକା ପାଇଁ ବିଜୟୀ । ଧାମୁଣିପଙ୍ଗା ରେ ଗୀତା ହିମିରିକା ୧,୨୪୩ ଭୋଟ ପ୍ରତିଦ୍ବନ୍ଦୀ ରଜନୀ ହୁଈକା ୧,୦୬୩ ଭୋଟ ପାଇଁ ଥିବା ବେଳେ ଗୀତା ହିମିରିକା ଅଧିକା ୧୮୦ ପାଇଁ ବିଜୟୀ ।c051ada3 fc37 4384 baea 23dd2f5a7f51 କଲ୍ୟାଣସିଂହପୁର (କ) ଜୋନ ର ଜିଲ୍ଲା ପରିଷଦ ୭ ସରପଞ୍ଚ ଓ ସମିତି ସଭ୍ୟ ବିଜୟୀ

ବୁଡ଼ାଗୁଡା ର ଡମ୍ବୁରୁ କଞ୍ଜ।କା ୧,୨୮୫ ଭୋଟ ପ୍ରତିଦ୍ବନ୍ଦୀ ଜାଗାରାଓ ତିଆକା ୧,୨୩୯ ଭୋଟ ରୁ ଡମ୍ବୁରୁ କଞ୍ଜ।କା ୪୬ ଅଧିକା ପାଇଁ ବିଜୟୀ । କଲ୍ୟାଣସିଂ ହପୁର ରେ ମିନାକା ପଦ୍ମା ୧,୮୬୮ ଭୋଟ ଓ ପ୍ରତିଦ୍ବନ୍ଦୀ ସସ୍ମିତା କାଡ୍ରାକା ୧,୪୭୩ ଭୋଟରୁ ମିନାକା ପଦ୍ମା ଅଧିକା ୩୯୫ ଭୋଟ ପାଇ ଥିବାରୁ ଏହି ମାନଙ୍କୁ ନିର୍ବାଚନ ଅଧିକାରୀ ସୁଧାକର ରଇତ, ଏବିଡିଓ ବଳରାମ ପାତ୍ର, ମାନସ ରଞ୍ଜନ ପ୍ରଧାନ, ଏଡିଏମ ଧର୍ମା ନନ୍ଦ ବେହେରା, ପୁଲିସ ପ୍ରଶାସନ ର କଡା ସୁରକ୍ଷା ବ୍ୟବସ୍ଥା ରେ ଗଣତି କରାଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles