Related Contents

ବୁର୍ଡାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଲା ସ୍ୱାଭିମାନ ଉତ୍ସବ

ଲୋଇସିଂହା(ବିମଳେନ୍ଦୁ ସାହୁ): କେନ୍ଦ୍ର ସରକାରଙ୍କ ଅଏଲ ମାର୍କେଟିଙ୍ଗ କମ୍ପାନୀ ତରଫରୁ ଲୋଇସିଂହା ବ୍ଲକ ବୁର୍ଡାସ୍ଥିତ ହାଇସ୍କୁଲ ଖେଳପଡିଆରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଲା ସ୍ୱାଭିମାନ ଉତ୍ସବ ଆୟୋଜିତ ହୋଇଯାଇଛି ।

ବିଭିନ୍ନ ଅଞ୍ଚଳରୁ ଆସିଥିବା ଗ୍ୟାସ ବିତାରକ କମ୍ପାନୀ ଚନ୍ଦ୍ରଜ୍ୟୋତି ଗ୍ୟାସ, ବିକେ ଗ୍ୟାସ, ଆଦିତ୍ୟ ଇଣ୍ଡେନ, ଗାଇଣ୍ଟଲା ଇଂଡେନ, ଆଗଲପୁର ଇଂଡେନ ପ୍ରମୁଖଙ୍କ ସହାୟତାରେ ଆୟୋଜିତ ସମାରୋହରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ମହନନ୍ଦ, ଭାଜପା ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାୟକ, ଜିଲ୍ଲା ପରିଷଦ ସଭ୍ୟ ସାଇଶଙ୍କର ସାହୁ, ରାଜକିଶୋର ନାୟକ, ଭାଜପା ଜିଲ୍ଲା ପ୍ରଭାରୀ ସରୋଜ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଜାଳେଣି ଗ୍ୟାସର ଉପଯୋଗୀତା ଉପରେ ସୂଚନା ପ୍ରଦାନ କରିଥିଲେ । ଏଚ୍ପିସିଏଲ ନୋଡାଲ ଅଫିସର ଗିରିଷ କୁମାର ଯାଦବ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୌଦାମିନୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଓଡ଼ିଶାରେ ୩୦ ଲକ୍ଷ ହିତାଧିକାରୀ ଏବଂ ବଲାଙ୍ଗୀର ଜିଲ୍ଲାରେ ୩ ଲକ୍ଷ ହିତାଧିକାରୀଙ୍କୁ ଉଜ୍ଜ୍ଵଲା ଯୋଜନାରେ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି । ପୂର୍ବରୁ ଏହା ମାତ୍ର ୭ ପ୍ରତିଶତ ଥିବାବେଳେ ଏବେ ୭୦ ପ୍ରତିଶତକୁ ଗ୍ୟାସ ସଂଯୋଗ ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପଧାନଙ୍କ ସହିତ ଉପକୃତ ମହିଳା ହିତାଧିକାରୀ ମାନେ ଭିଡିଓ କଂଫେରେନ୍ସିଂ ଜରିଆରେ ଭାବ ବିନିମୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଜପା ଏସସି ସେଲ ଅଧ୍ୟକ୍ଷ ଆନନ୍ଦ ନାୟକ, ଜ୍ୟୋତିର୍ମୟ ରାଉତ, ଓକିଲ କଂହେର, ଗୌରାଙ୍ଗ ନାୟକ, ତୁମେଶ୍ୱର ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଟଂକଧର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.