ବଲାଙ୍ଗୀର ୨୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ର ବାଜିମାତ

0
213
ବଲାଙ୍ଗୀର ୨୨ ନମ୍ବର

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗିର, (୨୭/୦୨) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସ ର ସବୁ କିଛି ଅଙ୍କ କଷା ଏବେ ବିଫଳ । କାରଣ ବଲାଙ୍ଗୀର ୨୨ ନମ୍ବର ଜିଲ୍ଲା ପରିଷଦ ଜୋନ (କଂଗ୍ରେସ ଗଡରେ) କଂଗ୍ରେସ ର ପରାଜୟ ସହଜେ କଂଗ୍ରେସ କର୍ମୀଙ୍କୁ ଶକ୍ତ ଧକ୍କା ଦେଇଛି |

ବଲାଙ୍ଗୀର ୨୨ ନମ୍ବର ଜିଲ୍ଲା ପରିଷଦ ଜୋନ ର ସମସ୍ତ ପଂଚାୟତରେ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦବ୍‌ଦବା ରହି ଆସିଥିବା ବେଳେ ଗତ ଥର ଏହି ଜୋନରେ କଂଗ୍ରେସ ବିଜୟ ହୋଇଥିଲା । କିନ୍ତୁ ଚଳିତ ପଂଚାୟତ ନିର୍ବାଚନରେ ସବୁ କିଛି ଓଲଟା ହୋଇ ଯାଇଛି । ଏଥର ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଭାବେ କଂଗ୍ରେସ ପକ୍ଷରୁ ଯଶୋବନ୍ତୀ ବଘାର ରହିଥିବା ବେଳେ ବିଜେଡି ପକ୍ଷରୁ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କ ଧର୍ମପତ୍ନୀ ଅନାମିକା ହୋତା ବିଜେଡି ପ୍ରାର୍ଥିନୀ ଭାବେ ନିର୍ବାଚିତ ହୋଇଥିଲେ ।

ତେବେ ଏହି ସବୁ ମଧ୍ୟରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଖୋଦ ଏହି ଜୋନରେ ପ୍ରଚାର ମଇଦାନରେ ଓହ୍ଲାଇ ଜନତା ଜନାର୍ଦ୍ଦନଙ୍କ ସମ୍ମୁଖ ହୋଇ ଯେମିତି ଏହି ଜୋନକୁ ବିଜେଡି ଓ ବିଜେପି ଆସିପାରିବେ ନାହିଁ ସେଥିପାଇଁ ଫୁଲ୍‌ ଦମ୍‌ରେ ଦିନ ରାତି ଏକ କରି ଲାଗି ପଡିଥିଲେ ବିଧାୟକ ଶ୍ରୀ ମିଶ୍ର ।

ଅନ୍ୟପଟେ ବିଜେଡି ଦଳ ମଧ୍ୟ ଏହି ଜୋନରେ କଂଗ୍ରେସ ହାତରୁ କଂଗ୍ରେସ ଗଡକୁ ଛଡାଇବା ପାଇଁ ଦିନ ରାତି ଜୋନରେ ଡେରା ପକାଇ ବିଜେଡି ର ବରିଷ୍ଠ ନେତାମାନେ ପ୍ରଚାର ମଇଦାନରେ ଓହ୍ଲାଇଥିଲେ । ଯାହା ଆଜି ବିଜେଡିକୁ ଏକ ବଡ ସଫଳତା ମିଳିବା ସହ ସାରା ଜିଲ୍ଲାରେ ଏହି ୨୨ ନମ୍ବର ଜିଲ୍ଲା ପରିଷଦ ଜୋନକୁ ନେଇ ଚର୍ଚ୍ଚା ହେଉଛି ।