Related Contents

ଗୁଡିଘାଟ ଗ୍ରାମପଞ୍ଚାୟତଠାରେ ଖାଦ୍ୟସୁରକ୍ଷା ଆଇନ ଅନୁଷ୍ଠିତ

ମୁରିବାହାଲ (ଭଗବାନ ମହାନ୍ତି/ନିମାଇଁ ବଘାର): ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମପଞ୍ଚାୟତ କାର୍ଯ୍ୟଲୟ ଠାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟ କାରିତାକୁ ନେଇ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ।

ସରପଞ୍ଚ ମିଥିଳା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟ କାରିତାର ସ୍ଥିତି ସମ୍ପର୍କରେ ଆଲୋଚାନା କରାଯାଥିଲା । ସ୍ଵେଚ୍ଛାସେବି ସଂଗଠନ ସ୍ପ୍ରେଡ “କେନ “ପ୍ରକଳ୍ପର କର୍ମକର୍ତ୍ତା ଜାତୀୟ ଖାଦ୍ଯ ସୁରକ୍ଷା ଆଇନ ଅନ୍ତର୍ଗତ ୪ଟି ଯୋଜାନା ଯଥା –ମମତାଯୋଜନା ,ମଧ୍ୟାହ୍ନଭୋଜନ,ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ସମନ୍ଵିତ ଶିଶୁ ବିକାଶ ସେବାର ସାମାଜିକ ସମୀକ୍ଷା ଯୋଜନା ଗୁଡିକର ତଥ୍ୟ ଉପସ୍ଥାପନ କରିଥିଲେ ଓ ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ହିତାଧିକାରୀଙ୍କ ହକ ସମ୍ପର୍କରେ ସଚେତନ କରିଥିଲେ ସମୀକ୍ଷା ଗ୍ରାମସଭାରେ ।

ଅନ୍ୟମାନଙ୍କ ମଧ୍ୟରେ ଶିଶୁବିକାଶ ପ୍ରକଲ୍ପ ଅଧିକାରି ଶରସି ପଣ୍ଡା, କ୍ଷେତ୍ରପରିଦର୍ଶିକା ରଜନି ଭୋଇ , “କେନ “ପ୍ରକଳ୍ପର ବ୍ଲକ ସଂଯୋଜକ କୀର୍ତ୍ତି ଚନ୍ଦ୍ର ସମରଥ, ପ୍ରଧାନ ଶିକ୍ଷକ ଭଗତ ନାଗ, ଯୋଗାଣ ସହାୟକ ଗ୍ରାମପଞ୍ଚାୟତ ସଂଯୋଜକ ଓ ସମୀକ୍ଷାସାଥି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଲୋକସହାୟତା ସୂଚନା କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଅଭିଯୋଗ ଗ୍ରହଣ କରାଯାଇ ଏହାର ସମାଧାନ ସକାଶେ ନିଷ୍ପତି ନିଆଯାଇଥିଲା । ଉପରିସ୍ଥ ଯୋଜନା ଗୁଡିକର ହିତାଧିକାରୀଙ୍କ ବିଭିନ୍ନ ସମସ୍ୟା ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଶୀଘ୍ର ସମାଧାନ କରାଯିବ ବୋଲି ସରପଞ୍ଚ ପ୍ରକାଶ କରିଥିଲେ ।

Comments are closed.