Friday, March 29, 2024

Top 5 This Week

Related Posts

ୟୁକ୍ରେନ ପରେ ଟାର୍ଗେଟ୍‌ରେ ତାଇୱାନ୍‌ !!!

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୭/୦୨) : ୟୁକ୍ରେନ ପରେ ଟାର୍ଗେଟ୍‌ରେ ତାଇୱାନ୍‌ ! ଯଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍‌ ଉପରେ ସମ୍ପୂର୍ଣ୍ଣ କବ୍‌ଜା କରି ନିଅନ୍ତି ଏବଂ ନିଜ ଉଦ୍ଦେଶ୍ୟରେ ସଫଳ ହୁଅନ୍ତି ତେବେ ପରବର୍ତ୍ତୀ ଟାର୍ଗେଟ୍ ତାଇଓ୍ୱାନ ହେବ । ଏଭଳି କିଛି ଦାବି କରିଛନ୍ତି ରୁଷ ର ଚେସ୍‌ ଗ୍ରାଣ୍ଡମାଷ୍ଟର ଗ୍ୟାରୀ କ୍ୟାସପରୋଭ୍‌

ସେ ଆହୁରି କହିଛନ୍ତି ଯେ, ଆଗକୁ ପୁଟିନ ବଡ ଯୁଦ୍ଧ ପାଇଁ ଯୋଜନା କରୁଛନ୍ତି । ଯଦି ତାଙ୍କ ଯୋଜନା ସଫଳ ହୁଏ ତେବେ ୟୁକ୍ରେନ ପରେ ଟାର୍ଗେଟ୍‌ରେ ତାଇୱାନ୍‌ ରହିବ । ଚୀନ୍‌ ମଧ୍ୟ ରୁଷ ର ସମାନ ପନ୍ଥା ଆପଣାଇପାରେ। କେବଳ ୟୁକ୍ରେନ ସଙ୍କଟରେ ନୁହେଁ ବରଂ ସାରା ବିଶ୍ୱ ର ସୁରକ୍ଷା ପ୍ରତି ଏହା ଏକ ବଡ ଚେତାବନୀ ।

ଇଣ୍ଡିଆ ଟୁଡେ ର ରିପୋର୍ଟ ଅନୁଯାୟୀ, ଯଦି ୟୁକ୍ରେନ କୁ ପୁଟିନ ସମ୍ପୂର୍ଣ୍ଣ ଦଖଲ କରି ନିଅନ୍ତି ତେବେ ଚୀନ ଆଗକୁ ତାଇଓ୍ୱାନ ବିପକ୍ଷରେ କିଛି ଏଭଳି ସମାନ ପଦକ୍ଷେପ ନେଇପାରେ । ୟୁକ୍ରେନ ର କ୍ଷତ୍ରୀୟ ଅଖଣ୍ଡତା କୁ ମାନ୍ୟତା ଦେବା ଭାରତ ର ହିତ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ୟୁକ୍ରେନ ଉପରେ ଆକ୍ରମଣ ରୁଷ ଓ ରୁଷ ନାଗରିକଙ୍କ ଅପମାନ ସହ ସମାନ । ପୁଟିନ ଏବେ ଯାହା କହୁଛନ୍ତି ପୂର୍ବରୁ ଆଡଲଫ ହିଟଲର ଓ ବେନିଟୋ ମୁସୋଲିନି ତାହା କରୁଥିଲେ । ପୁଟିନ ମିଛ କହିବାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପୁଟିନ ଏକ ଗ୍ୟାଙ୍ଗ୍ ଚଳାଉଛନ୍ତି ଏବଂ ଜଣେ ମାଫିଆ ମୋ ଦେଶକୁ ନିୟନ୍ତ୍ରଣ କରିଛନ୍ତି ଏବଂ ସେ ଯାହା କରୁଛନ୍ତି ତାହା ଏହି ଗ୍ୟାଙ୍ଗ ର ସପକ୍ଷରେ ଅଛି । ଦେଶକୁ କଳଙ୍କିତ କରିଛନ୍ତି ପୁଟିନ। ୟୁକ୍ରେନ ଆକ୍ରମଣ ର ଫଳ ପୁଟିନଙ୍କୁ ଆଗକୁ ଭୋଗିବାକୁ ପଡିବ । ପୁଟିନ ନାଟୋକୁ ନେଇ ବାରମ୍ବାର ମିଛ କହୁଛନ୍ତି ।

ନାଟୋରେ ୟୁକ୍ରେନ ସାମିଲ ହେବା ପାଇଁ ଚାହୁଁଥିବାରୁ ୟୁକ୍ରେନ ଉପରେ ଆକ୍ରମଣ ହୋଇଥିବା ମିଛ କଥା । ସେ କହିଛନ୍ତି ଯେ ପୁଟିନ ବହୁ ବର୍ଷ ଧରି ମୋ ଦେଶ ର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିଛି । ସବୁ ଦେଶ ର ଅନ୍ତର୍ଜାତୀୟ ଅଧିକାର ରହିଛି । ୟୁକ୍ରେନରେ ବର୍ତ୍ତମାନ ର ସଙ୍କଟ ହେଉଛି “ରୁଷ ବିସ୍ତାରବାଦ ଏବଂ ପୁଟିନଙ୍କ ଗ୍ୟାଙ୍ଗଷ୍ଟରବାଦ” ର ଫଳାଫଳ ବୋଲି ଗ୍ୟାରୀ କ୍ୟାସପୋରଭ୍‌ କହିଛନ୍ତି ।

Popular Articles