ସେଣ୍ଟ୍ରାଲ ବ୍ୟାଙ୍କ କର୍ମଚାରୀଙ୍କ ଦୁର୍ବ୍ୟବହାରରେ ଗ୍ରାହକ ଅସନ୍ତୁଷ୍ଟ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲାରେ ଜନସଂଖ୍ୟା ତୁଳନାରେ ବ୍ୟାଙ୍କସଂଖ୍ୟା କମ ଥିବାରୁ ଫେଲ ମାରୁଛି ସରକାରୀ ଯୋଜନା । ପ୍ରତିଦିନ ସରକାରଙ୍କ ନୂତନ ଯୋଜନା ମାନ ଘୋଷଣାରେ ଲାଭ ଉଠାଇ ପାରୁନାହାନ୍ତି ହିତାଧିକାରୀ । କେତେବେଳେ ସରକାରୀ ବାବୁଙ୍କ ମନମୁଖୀ କାରବାର ତ କେବେ ବ୍ୟାଙ୍କ ଵାଲାଙ୍କ ଜୁଲୁମ ।

ଆଜି ତାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ବିଡ଼ିଓ ଅଫିସ ପରିସର ଭିତରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କରେ ।ରାଜ୍ୟର ୩୦ତମ ତଥା ଆଦିବାସୀ ବହୁଳ ଜିଲ୍ଲାହୋଇ ଥିବା ବେଳେ ଦୂର ଦୁରାନ୍ତରୁ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାଙ୍କରେ ବହୁ ହିତାଧିକାରୀଙ୍କ ଆକାଉଣ୍ଟ ମାନ ରହିଛି ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବା,ପୈଠକରିବା,ନୂତନ ଏଟିଏମ ଏବଂ ବ୍ୟାଙ୍କ ପାସବୁକ ଅପଡେଟ କରିବାକୁ ହେଲେ ୫ ରୁ ୭ ଦିନ ଲାଗୁଥିବାରୁ ଗ୍ରାହକଙ୍କ ଦିନତମାମ ଭିଡ଼ ଲାଗିରହିଥାଏ । ବ୍ୟାଙ୍କ କର୍ମଚାରି ଭିତର ପଟୁ ତାଲା ଦେଇ ନିଜର କାର୍ଯ୍ୟ କରୁଥିବାରୁ ଏତାଦୃଶ୍ୟ ପରିସ୍ଥିତି ଗ୍ରାହକଙ୍କୁ ବ୍ୟଥିତ କରୁଅଛି । ଦୈନଦିନ ଗ୍ରାହକ ବାରମ୍ବାର ବ୍ୟାଙ୍କକୁ ଯିବା ଆସିବାରେ ଅଯଥା ଖଚାର୍ନ୍ତ ହେବା ସହିତ ବ୍ୟାଙ୍କ ଅଧିକାରୀଙ୍କ ଦୁର୍ବ୍ୟବହାରର ଶିକାର ହେଉଛନ୍ତି । ଜିଲ୍ଲା ପ୍ରଶାସନ ସବୁଜାଣି ସୁଧା ଚୁପଚାପ ରହିବାରୁ ଆଗାମୀ ଦିନରେ ଏହା ଜନଆକ୍ରୋଶ ବଢିବା ସହ ଆନ୍ଦୋଳନ ରୂପନେବ ବୋଲି ବୁଦ୍ଧିଯିବି ମାନେ ମତପୋଷଣ କରିଛନ୍ତି ।

Comments are closed.