Related Contents

ପଲିଥିନ ମୁକ୍ତ ରାୟଗଡା ପାଇଁ ସଚେତନତା ଶୋଭାଯାତ୍ରା

ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡ ସହରକୁ ସ୍ୱଚ୍ଛ ଓ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ଗ୍ରୀନ ରାୟଗଡ ପ୍ରାୟ ଆଠ ବର୍ଷ ହେବ ପ୍ରୟାସ ଜାରି ରହିଛି। ଆଜି ଗ୍ରୀନ ରାୟଗଡ ଆବାହକ ଯୋଗେଶ୍ୱର ଦାସ, ଓ କେ କେ ଜେନାଙ୍କ ନେତୃତ୍ୱରେ ରାୟଗଡ ସହରର ସିଆରପିଏଫ, ୱକୋର୍ସ କ୍ଳବ, ଲାୟନସ କ୍ଳବ, ରୋଟାରୀ କ୍ଳବ, କେନ୍ଦ୍ରୀୟ ମାନବୋଧିକାର କମିଶନ, ଭାରତୀୟ ମୋଜଦୂର ସଙ୍ଘ, ମହିଳା ସାଂସ୍କୃତିକ ସଙ୍ଘ, ଭାରତୀୟ ଷ୍ଟେଟବ୍ୟାଙ୍କ, ସେଞ୍ଚୁରୀୟନ ପବ୍ଲିକ ସ୍କୁଲ, ବ୍ରହ୍ମକୁମାରି ଈଶ୍ଵରୀୟ ବିଦ୍ୟାଳୟ, ଜିସିଡି ସଟୋଲ କର୍କ ଟିମ, ଜିସିଡି ୱକର୍ସ କ୍ଳବ, ସତ୍ୟସାଇ ବାବା ସଂସ୍ଥା, ମାରବାଡି ଯୁବକ ସଙ୍ଘ, ସିନିୟର ସିଟିଜନ, ସ୍ୱାମୀ ବିବେକାନନ୍ଦ ସ୍କୁଲ, ରାୟଗଡା ମହିଳା ମହା ବିଦ୍ୟାଳୟ, ରାୟଗଡ ଓଟମନୋସ କଲେଜ, ସ୍ୱାମୀ ବିବେକାନନ୍ଦ ସେବା ସମିତି, ଜୁପିଟର କଲେଜ, ରାୟଗଡ଼ ଜଙ୍ଗଲ ବିଭାଗ, ରାୟଗଡ ପୌର ସଂସ୍ଥା, ସହଯୋଗରେ ଏକ ବିଶାଳ ଜନ ସଚେତନତା ପଦଯାତ୍ରା ବାହାରିଥିଲା ।

ସକାଳ ଆଠ ଘଣ୍ଟିକା ସମୟରେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ଏହି କାର୍ୟକ୍ରମରେ ଯୋଗ ଦେଇ ସହରକୁ ସ୍ୱଚ୍ଛ ଓ ସୁନ୍ଦର ଭାବେ ରଖିବା ପାଇଁ ସ୍ଲୋଗାନ ଦେଇଥିଲେ । ପଦ ଯାତ୍ରାରେ ବାହାରି ରାୟଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ପହଁଚି ଥିଲେ । ପରେ ସହର ପରିକ୍ରମା କରିବା ସହ ସାରୋଳା ଛକ ଓ ପରିବା ବଜାର ପାଖରେ ପହଁଚି ଜନସାଧାରଣଙ୍କୁ ପଲିଥିନ ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇ/ତିନି ହଜାର କପଡା ବ୍ୟାଗ ବିନା ମୂଲ୍ୟରେ ବଣ୍ଟନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ସିଆରପିଏଫ କୋମାଣ୍ଡଡେଣ୍ଟ ରିତୁ ରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ସାହୁ, ବରିଷ୍ଠ ସମାଜ ସେବୀ ସତ୍ୟବାଦୀ ପତି, ବରିଷ୍ଟ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ, ବୁଦ୍ଧିଜୀବୀ ବିଜୟ ପଣ୍ଡା, ଭାରତୀୟ ମୋଜଦୂର ସଙ୍ଘ ର ସାଧାରଣ ସମ୍ପାଦକ ସାନ୍ତୁନୁ କୁମାର ମହାପାତ୍ର, ଶ୍ରୀକାନ୍ତ ଦାସ, ସେଂଚୁରୀୟାନ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ରାଜେଶ ପାଢ଼ୀ, ନିଜ ନିଜ ମତରେ ପଲିଥିନ ବ୍ୟବହାର ନ କରିବା ସହ ଏହା ଶରୀର ପାଇଁ ଓ ବାତା ବରଣକୁ ଦୂଷିତ କରିବା ସହ କଣ ସବୁ କ୍ଷତି ହୋଇଥାଏ ବର୍ଣ୍ଣନା କରିଥିଲେ । ପଲିଥିନ ବିନା ପରିବେଶର ସୁରକ୍ଷା ଓ ସ୍ୱଚ୍ଛ ରହିବା ସହ ସୁନ୍ଦର କରି ଗଢି ତୋଳିବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଶେଷରେ ଗ୍ରୀନ ରାୟଗଡର ଖଗେଶ୍ବର ସିଂ, ଗୋପୀନାଥ ଗୌଡ଼ ଓ ଅମରଜେନା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଥିଲେ ।

Comments are closed.