Friday, March 29, 2024

Top 5 This Week

Related Posts

ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି : ଘର ସହ ଅଫିସରେ ଚଢାଉ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର,(୨୮/୦୭) : ଭିଜିଲାନ୍ସ ଜାଲରେ ବିଇଓ ! କଥାରେ ଅଛି ମୋତେ ଯେତେ ମାଠିବୁ ମାଠ ନା ମୁଁ ସେହି ଦରପଡା କାଠ । କହିବାର ତାତ୍ପର୍ଯ୍ୟ ହେଉଛି ସରକାର ଯେତେ କଡାକଡି କରିବା ସହ ପିସି କାରବାରକୁ ରୋକିବାକୁ ଉଦ୍ୟମ କଲେ ମଧ୍ୟ ତାହା ସମ୍ଭବପର ନୁହେଁ ।

ରାଜ୍ୟରେ ବିନା ଲାଂଚରେ କୌଣସି କାମ ହୁଏନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଅନେକ ଘଟଣା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ଭିଜିଲାନ୍ସ ଟ୍ରପିଂରେ ପଡୁଥିଲେ ମଧ୍ୟ ଲାଚୁଂଆ ଅଫିସରଙ୍କ ମୋହ ଛାଡୁନାହିଁ । ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ସମ୍ୱଲପୁର ଜିଲ୍ଲା ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି ।

ଯାହାଫଳରେ ତାଙ୍କର ଘର ସହ ଅଫିସରେ ଚଢାଉ କରିଛି ଭିଜିଲାନ୍ସ । ଆଜି ମୁଖ୍ୟ କିରାଣି ଦିଲ୍ଲୀପ ଦେବଙ୍କ ଏକକାଳୀନ ୨ଟି ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ଗୋଟିଏ କୋଠାଘର, ୨ଟି ପ୍ଲଟ, ଗୋଟିଏ ଚାରି ଚକିଆ ଗାଡ଼ି, ୨ଟି ଦୁଇ ଚକିଆ ଗାଡ଼ି ଜବତ ହୋଇଛି ।

ଏଥିସହ ଅଳଙ୍କାର ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ରେଡ୍ ସରିବା ପରେ ଜଣା ପଡିଛି ଯେ ଦିଲ୍ଲୀପ ଦେବଙ୍କ ଆୟ ବହିର୍ଭୂତ ସମ୍ପତି କେତେ ରହିଛି । ୩ ଜଣ ଡିଏସପି, ୩ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସର ୨ଟି ଟିମ୍ ଏହି ଚଢ଼ାଉ କରିଛନ୍ତି ।

Popular Articles