ବଦଳିବ ରାଜ୍ୟର ପାଣିପାଗ : ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

0
134
ବଦଳିବ ରାଜ୍ୟର ପାଣିପାଗ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୬/୦୨) : ବଦଳିବ ରାଜ୍ୟର ପାଣିପାଗ । ରାଜ୍ୟ ର ପାଣିପାଗରେ ଏକ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଆସନ୍ତା ୨୮ ତାରିଖରେ ପୁଣି ଏକ ନୂଆଁ ପଶ୍ଚିମା ଝଡ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବା ସମ୍ଭାବନା ଅଛି ।

ବଦଳିବ ରାଜ୍ୟର ପାଣିପାଗ । ପରବର୍ତ୍ତୀ ୨ ଦିନ ପରେ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଶନିବାର ଉପକୂଳରେ ଓଡ଼ିଶାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ରବିବାର ଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଶନିବାର ଉପକୂଳରେ ଓଡ଼ିଶାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସନ୍ଦରଗଡ, କନ୍ଧମାଳ ଓ ଅନୁଗୁଳ ର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାତି ର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ । ଆସନ୍ତା ୨୮ ତାରିଖରେ ପୁଣି ଏକ ନୂଆ ପଶ୍ଚିମା ଝଡ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବା ସମ୍ଭାବନା ଅଛି । ପରବର୍ତୀ ୨ ଦିନ ପରେ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।