Related Contents

ଜଗନ୍ନାଥ କଟନ ଏଣ୍ଡ ଜିନିଙ୍ଗ ମିଳରେ ଅଗ୍ନିକାଣ୍ଡ-ଲକ୍ଷାଧିକ ଟଙ୍କାର କପା ପୋଡି ନଷ୍ଟ

ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଳା କୁମୁଟିପେଣ୍ଠ ସ୍ଥିତ ଜଗନ୍ନାଥ କଟନ ଏଣ୍ଡ ଜିନିଙ୍ଗ ମିଳରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କପା ପୋଡି ନଷ୍ଟ ହୋଇଯାଇଛି ।

ଆଜି ସକାଳ ପ୍ରାୟ ୯. ୩୦ସମୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ପ୍ରୋସେସିଂ ହୋଇ ରହିଥିବା ଶହ ଶହ କପା ପ୍ୟାକେଟରେ ନିଆଁ ଲାଗି ପୋଡ଼ିଯାଇଛି | ଖବର ପାଇ ରାୟଗଡା କଲନରାରୁ ତିନୋଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Comments are closed.