Friday, March 29, 2024

Top 5 This Week

Related Posts

ରାଉରକେଲାରେ ଶିଶୁ ବିକ୍ରି ଘଟଣାର ଫେରାର କିଙ୍ଗପିନ ଓ ସହଯୋଗୀ ପୁଲିସ କବଜାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ,ରାଉରକେଲା,(୨୭/୦୭) : ରାଉରକେଲାରେ ଗତ କିଛି ଦିନ ହେବ ଶିଶୁବିକ୍ରି ନେଇ ଅନେକ ଗୁଜବ ଶୁଣିବାକୁ ମିଳିଥିଲେ ମଧ୍ୟ ଏହା ସତରେ ପରିଣତ ହୋଇଛି ।

ରାଉରକେଲାରେ ଏକ ଗ୍ୟାଙ୍ଗ ସକ୍ରୀୟ ହୋଇ ପିଲା ବିକ୍ରି କରୁଥିଲା । ନିରୀହ ଗରିବ ମାନଙ୍କୁ ଅର୍ଥ ଲୋଭ ଦେଖାଇ ଶିଶୁ ପୁତ୍ରକୁ ୩ ରୁ ୪ ଲକ୍ଷ ଏବଂ ଶିଶୁ କନ୍ୟାଙ୍କୁ ୩୦ ହଜାର ଟଙ୍କାରେ ବ୍ୟବସାୟ କରୁଛନ୍ତି । ପୁର୍ବରୁ ଏହି ଘଟଣାରେ ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ରାକେଟର ଫେରାର କିଙ୍ଗପିନ ସଙ୍ଗୀତା ଅଗ୍ରୱାଲଙ୍କ ସ୍ୱାମୀ ଜିତେନ୍ଦ୍ର ଅଗ୍ରୱାଲ ଓ ସହଯୋଗୀଙ୍କୁ ଜାଲ ବିଛାଇ ପୁଲିସ କାବୁ କରିଛି ।

ଆଠ ଜଣିଆ ଶିଶୁ ବିକ୍ରୟ ଗ୍ୟାଙ୍ଗ ରାଉରକେଲା ଅଞ୍ଚଳରେ ସକ୍ରିୟ ଥିଲେ ଏବଂ ରାଜ୍ୟ ବାହାରେ ଶିଶୁମାନଙ୍କୁ ବିଶେଷ କରି ଝାଡଖଣ୍ଡରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ ।

ଏହି ଅପରାଧରେ ସମ୍ପୃକ୍ତ ଆଠ ଜଣଙ୍କ ମଧ୍ୟରୁ ଆମେ ପାଞ୍ଚ ଜଣ ମହିଳାଙ୍କ ସମେତ ୭ଜଣଙ୍କୁ ଗିରଫ କରି ସେମାନଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଥିବା ବେଳେ ଏବେ ଫେରାର୍ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ୍ ।

Popular Articles