Friday, March 29, 2024

Top 5 This Week

Related Posts

ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ପାଈଁ ଅଜ୍ଞାତବାସରେ ସମିତି ସଭ୍ୟ ପ୍ରାର୍ଥୀ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୫/୨) : ବ୍ଲକରେ ଗତ ୨୦ ତାରିଖରେ ତୃତୀୟ ପଯ୍ୟୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ୨୨ଟି ପଂଚାୟତ ର ୩ ସହ ବୁଥରେ ୮୧.୦୨ ପ୍ରତିଶତ ମତଦାନ ହୋଇଛି ।ପଂଚାୟତ ନିର୍ବାଚନ ସରିବା ପରେ ଆରମ୍ଭ ହୋଇଛି ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ପାଈଁ ଅଙ୍କକସା । 0412ffb3 902d 449d a782 bc7b4f8aebb6 ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ପାଈଁ ଅଜ୍ଞାତବାସରେ ସମିତି ସଭ୍ୟ ପ୍ରାର୍ଥୀ

ଚଳିତ ନିର୍ବାଚନ ରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନଟି ମହିଳାଙ୍କ ପାଈଁ ରହିଛି । ଏହି ଆସନ ପାଈଁ ମ୍ୟାଜିକ ସଂଖ୍ୟା ରହିଛି ୧୨ । ବ୍ଲକ ଅଧ୍ଯକ୍ଷ ଆସନ ହାତେଇବା ଲାଗି ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା । ଏବେ ଅଧିକାଂଶ ସମିତି ସଭ୍ୟ ପ୍ରାର୍ଥୀ ମାନଙ୍କୁ ମନେଇବା ପାଈଁ ଆରମ୍ଭ ହୋଇ ଯାଇଛି ପ୍ରକ୍ରିୟା । ଏବେ ଦୁଇ ଶିବିରରେ ଅଜ୍ଞାତବାସରେ ରହିଛନ୍ତି ସମିତି ସଭ୍ୟ ପ୍ରାର୍ଥୀ ମାନେ ।

ଆସନ୍ତା ୨୬ ରୁ ୨୮ ତାରିଖରେ ହରଭଙ୍ଗା ବ୍ଲକରେ ଭୋଟ ଗଣତି ହେବ। ଗଣତି ପୂର୍ବରୁ ଅଧିକାଂଶ ସମିତି ସଭ୍ୟ ପ୍ରାର୍ଥୀ ମାନେ ଦୁଇ ଶିବିରରେ ଅଜ୍ଞାତବାସରେ ଆତ୍ମୋଗୋପନ କରୁଛନ୍ତି । ରେସରେ ଥିବା ପ୍ରାର୍ଥୀ ଓ ସମର୍ଥକଙ୍କ ଘୋଡା ବେପାର ମଧ୍ୟ ଆରମ୍ଭ ହୋଇ ଯାଉଥିବା ଆଲୋଚନା ହେଉଛି । ତେବେ ଆସନ୍ତା ୨୬ ରୁ ୨୮ ତାରିଖ ଗଣତି ପରେ ସ୍ପଷ୍ଟ ହେବ କେଉଁ ସମିତି ଆସନ ଅକ୍ତିଆର କରୁଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles