Related Contents

ସାଇକେଲ ଆରୋହୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ପରଂପଙ୍ଗା ରାସ୍ତା ଅବରୋଧ

ବାଲିଗୁଡା(ବିଭୁତି ଲହରିଆ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପରଂପଙ୍ଗା ଗତ ରାତିରେ ଜଣେ ସାଇକେଲ ଆରୋହୀଙ୍କ ବ୍ରିଜ ନିକଟରେ ମୃତ୍ୟୁ ବରଣ କରିଥିବା ନେଇ ପୁଲିସକୁ ଖବର ଦେଇ ଥିଲେ ମଧ୍ୟ ରାତିରେ ଘଟଣା ନିକଟରେ ନ ପହଂଚି ପାରିବାରୁ ଗ୍ରାମ ବାସୀ ୫୯ନମ୍ବର ରାଜପଥକୁ ବିଳମ୍ୱିତ ରାତିରୁ ରାସ୍ତା ଅବରୋଧ କରିଥିଲେ |

ସକାଳୁ ଘଟଣା ସ୍ଥାନ ରେ ବାଲିଗୁଡା ଥାନା ଅଧିକାରୀ ପହଂଚି ଲୋକଙ୍କୁ ବୁଝା ସୁଝା କରିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଡାକ୍ତରଖାନା ପଠାଇଛି | ସାଇକେଲ ଆରୋହୀ ଜଣକ ହେଲେ ପରଂପଙ୍ଗା ପଂଚାୟତ ଇର୍ପି ଗୁଡାର ରବା ମଳିକ (ବୟସ ୪୫) ବୋଲି ଜଣା ପଡିଛି | ବାଲିଗୁଡା ଥାନାଅଧିକାରୀ ରମାକାନ୍ତ ପାତ୍ର କହିଛନ୍ତି ଯେ ପୋଷ୍ଟ ମର୍ଟମ ରିପୋର୍ଟ ଆସିଲା ପରେ ଘଟଣା ସମ୍ପର୍କରେ ପ୍ରକୂତ ତଥ୍ୟ ଜଣାପଡିବ | ୫୯ରାଜପଥ ଅବରୋଧ ଯୋଗୁଁ କଳାହାଣ୍ଡି, ରାୟଗଡା, ବଲାଙ୍ଗୀର, ଫୁଲବାଣୀ, ବ୍ରହ୍ମପୁର ଯାନବାହାନ ଚଲା ଚଳ ବନ୍ଦ ଯୋଗୁଁ ଯାତ୍ରୀ ମାନେ ବିଭିନ୍ନ ସ୍ଥାନକୁ ଯାଇ ନ ପାରି ହଇରାଣ ହୋଇ ଥିଲେ |

Comments are closed.