Related Contents

ଆନ୍ଧ୍ରରେ ଓଡିଶା ଦାଦନ ଶ୍ରମିକ ମୃତ୍ୟୁ,ଖପ୍ରାଖୋଲ ବ୍ଲକରେ ୩ଟି ଦାଦନ ଘଟଣା ଘଟିଲାଣି ହେଲେ ପରିବାର ଲୋକ ମୁହଁ ଖୋଲୁନାହାନ୍ତି

ଖପ୍ରାଖୋଲ (ଭୋଜରାଜ ବରିହା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଏକ ମରୁଡି ପ୍ରବଣ ଅଞ୍ଚଳ ଭାବେ ପରିଚିତ ହୋଇଥିବାରୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି | ସରକାର ଯେତେ ଯୋଜନା କାମ ଯୋଗାଇ ଦେଲେ ମଧ୍ୟ ଅଞ୍ଚଳର ଦାଦନ ଦଲାଲ ମାନେ ଟଙ୍କା ପ୍ରଲୋଭନ ଦେଖେଇ ଲୋକଙ୍କୁ ଚୋରି କରି ନେଉଛନ୍ତି ଦାଦନ ଖଟାଇବା ପାଇଁ । କଣ ପାଇଁ ପୋଲିସ ପ୍ରଶାସନ ଚୁପ ଚାପ ରହୁଛନ୍ତି ଲୋକଙ୍କ ମନରେ ପ୍ରଶ୍ନ ବାଛି ସୃଷ୍ଟି କରୁଛି ।

ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ ରେଙ୍ଗାଲୀ ଗାଁର ସୁରେନ୍ଦ୍ର ବାଗ ନାମକ ଏକ ଦାଦନ ଶ୍ରମିକ ଗତ ୧୮ତାରିଖରେ ଆନ୍ଧ୍ର ପ୍ରଦେଶ ଯାଇଥିବା ବେଳେ ୨୧ତାରିଖରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ବିଜେବାଡ ପାଖରେ ଏକ ମୃତ ଦେହ ଟ୍ରେନ ଲାଇନରେ ପଡିଥିବା ଫୋଟୋ whatsaap ରେ ପଠାଇ ଫୋନ ମଧ୍ୟ ଆସିଥିଲା ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି । ହେଲେ କିଭଳି ଭାବରେ ଦାଦନ ଯାଇଥିଲେ ସର୍ଦାରର ଚାପରେ କିଛି ପ୍ରକାଶ କରୁନାହାନ୍ତି ପରିବାର ଲୋକେ ଗଣମାଧ୍ୟମ ପ୍ରତିନିଧି ପାଖରେ | ଏପରି ଘଟଣା ଏହି ଅଞ୍ଚଳରେ ୩ଟି ଦାଦନ ଘଟଣା ଦେଖା ଦେଲାନି ହେଲେ କୌଣସି ପରିବାର ଲୋକେ ମୁହଁ ଖୋଲୁନାହାନ୍ତି । ଆଉ ଏକ ଖପ୍ରାଖୋଲ ବେନକେରା ଗାଁ ରେ ସତ୍ୟନାରାୟଣ ବରିହା ନାମକ ଏକ ଦାଦନ ଶ୍ରମିକ ଦୀର୍ଘ ୯ବର୍ଷ ହେବ ନିଖୋଜ ଥିବାବେଳେ ପରିବାର ଲୋକେ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଚୁପ, ଅଭିଯୋଗ ସତ୍ତ୍ୱେ ମଧ୍ୟ ସୁଫଳ ନ ମିଳୁଥିବାରୁ ଲୋକେ ଚୁପ ରହୁଛନ୍ତି ବୋଲି ଚର୍ଚ୍ଚା ହେଉଛି |

Comments are closed.