Related Contents

ପୋଲିସ ଓ ଜନସାଧାରଣ ମଧ୍ୟରେ ସମ୍ପର୍କ ସଚେତନତା ଶିବିର

କଳାହାଣ୍ଡି (ଚିତ୍ତରଞ୍ଜନ ବାଗ): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ କମଲାବାରି ଠାରେ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଆଇପିଏସ ଅଫିସର ବିନୀତ କୁମାର ଅଗ୍ରୱାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଧର୍ମଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ,ଗୋଳାମୁଣ୍ଡା ଥାନା ଆଇଆଇସି ଉଲାସ ମାଝି , ଦଶପୁର ଏଏସ୍‌ଆଇ ଅକ୍ଷୟ ପଟ୍ଟନାୟକ ,ଧାମନପୁର ସମିତି ସଭ୍ୟ ଦିନେଶ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।ବର୍ତ୍ତମାନ ଗ୍ରାମାଞ୍ଚଳରେ ଅପରାଧ ବୃଦ୍ଧି ପାଉଛି। ଜନ ସାଧାରଣମାନେ ଅନେକ ଅପରାଧକୁ ଭୟରେ ଲୁଚାଇବା ପାଇଁ ପ୍ରୟାସ କରୁଛନ୍ତି। ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇବା ପୋଲିସର କର୍ତ୍ତବ୍ୟ। ଜନ ସାଧାରଣଙ୍କ ବିନା ସହଯୋଗରେ ପୋଲିସ ଅପରାଧ ରୋକିପାରିବ ନାହିଁ। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ବିନା ଭୟରେ ପୋଲିସକୁ ସହଯୋଗ କରନ୍ତୁ। ଜନ ସାଧାରଣ ଓ ପୋଲିସର ସମ୍ପର୍କ ନିବିଡ଼ ହେଉ ବୋଲି କହିଥିଲେ । ଅଞ୍ଚଳର ସମସ୍ତ ନିର୍ବାଚିତ ଲୋକ ପ୍ରତିନିିଧି ଓ ବୁଦ୍ଧିଜୀବି ଏଥିରେ ସାମିଲ୍ ହୋଇଥିଲେ । ଗ୍ରାମର ଏକ ହଜାରରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଯୋଗ ଦେଇଥିବା ବେଳେ ମାଗଣାରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯାଇଥିଲା ।

ବୃଦ୍ଧା ଓ ବୃଦ୍ଧମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ପୋଷାକ, ଖାତା, ବ୍ୟାଗ ବଣ୍ଟନ କରାଯାଇଥିଲା। ସେହିପରି ଯୁବକମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Comments are closed.