Thursday, March 28, 2024

Top 5 This Week

Related Posts

ୟୁକ୍ରେନ ଉପରେ ରୁଷ ର ଆକ୍ରମଣ ଜାରୀ : ୧୦୦ ରୁ ଅଧିକ ପ୍ରାଣହାନୀ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୫/୦୨) : ୟୁକ୍ରେନ ଉପରେ ରୁଷ ର ଆକ୍ରମଣ ଜାରୀ ରହିଛି । ୟୁକ୍ରେନର ୧୩ ଟି ସହର ଉପରେ ରୁଷ ଆକ୍ରମଣ କରିଛି । ରୁଷିଆ ମିଜାଇଲ ଓ ବୋମା ମାଡ କରିବା ପରେ ୟୁକ୍ରେନ ଏବେ ସଙ୍କଟରେ ।

ୟୁକ୍ରେନ ଉପରେ ରୁଷ ର ଆକ୍ରମଣରେ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି । ଜାତୀୟ ଓ ଅନ୍ତର୍ଜାତୀୟ ମିଡିଆରୁ ଏହି ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୟୁକ୍ରେନର ୪୦ ସେନା ରହିଥିବା ସୂଚନା ରହିଛି । ଦୁଇ ଦେଶ ପରସ୍ପର ଭିତରେ ଆର ପାର ଲଢେଇ ଚାଲିଛି । ଏହାରି ଭିତରେ ରୁଷିଆ ସହିତ ଥିବା ସମସ୍ତ ସମ୍ପର୍କ କୁ ଛିନ୍ନ କରିଛି ୟୁକ୍ରେନ । ରୁଷିଆ ର ଆକ୍ରମଣ ଯୋଗୁଁ ୟୁକ୍ରେନର ରାଜଧାନୀ କିଭର ରାଜରାସ୍ତାରେ କାର, ଟ୍ରକ ଆଦି ଲମ୍ବା ଧାଡିରେ ଛିଡା ହୋଇଛି । ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରୁଷ ର ଏପରି ପ୍ରକ୍ରିୟାକୁ ନିନ୍ଦା କରିଛି ନାଟୋ । ଆଉ ରୁଷ ବିରୋଧରେ ଆକ୍ରମଣ ପାଇଁ ପ୍ରସ୍ତୁତି ହୋଇଛି । ନାଟୋରେ ୩୦ ଟି ଦେଶ ରହିଛି । ଯେଉଁଥିରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ପ୍ରମୁଖ ୟୁରୋପିଆନ୍ ଦେଶ ରହିଛନ୍ତି । ବ୍ରିଟେନ ର ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ରୁଷ ର ଆକ୍ରମଣକୁ ନିନ୍ଦା କରିଛନ୍ତି । ୟୁରୋପିଆନ୍ ଦେଶ ରୁଷକୁ କଡା ଜବାବ ଦେବ ବୋଲି ସେ କହିଛନ୍ତି ।

ଏହାବାଦ ଜର୍ମାନୀ ର ରାଜଧାନୀ ବର୍ଲିନ ର ବ୍ରଣ୍ଡେନବୁର୍ଗ ଗେଟ ଆଗରେ ୟୁକ୍ରେନ ପତାକା ଧରି ଲୋକେ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜଲେସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି । ଏହାବାଦ ଫ୍ରାନ୍ସ ଏବଂ ତୁର୍କୀ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଏହାପୂର୍ବରୁ ଗୁରୁବାର ଆମେରିକା, ବ୍ରିଟେନ ସମେତ ଅନେକ ଦେଶ ରୁଷିଆ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି ।

ଯୁଦ୍ଧ ଭିତରେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତା ମାଗିଛି ୟୁକ୍ରେନ । ନୂଆଦିଲ୍ଲୀରେ ଥିବା ୟୁକ୍ରେନ ରାଷ୍ଟ୍ରଦୂତ ମୋଦୀଙ୍କ ସହାୟତା ଲୋଡିଛନ୍ତି । ମହାଭାରତ ଯୁଦ୍ଧ ପୂର୍ବରୁ ଯେପରି ଶାନ୍ତି ପାଇଁ ପ୍ରୟାସ ହୋଇଥିଲା ତା’ର ଉଦାହରଣ ଦେଇ ୟୁକ୍ରେନ ରାଷ୍ଟ୍ରଦୂତ ଭାରତକୁ ସହାୟତା ପାଇଁ ଅପିଲ୍ କରିଛନ୍ତି । ବିଶ୍ୱରେ ଭାରତ ଏବେ ଏକ ପ୍ରମୁଖ ଶକ୍ତିଶାଳୀ ଦେଶ । ତେଣୁ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୁଟିନଙ୍କ ସହ ଆଲୋଚନା କରିବା ଦରକାର । ଏଥିସହ ଭାରତ ଦୃଢ ଭାବେ ରୁଷର ଆକ୍ରମଣକୁ ନିନ୍ଦା କରୁ ବୋଲି ୟୁକ୍ରେନ ଦାବି କରିଛି ।

ଆମେରିକାରେ ଜରୁରୀକାଳୀନ ବୈଠକ ଡାକିଲେ ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକାରେ ଏବେ ଭୋର୍ ସାଢେ ୪ ଟାରେ ଏହି ବୈଠକ ବସିଛି । ୱାଶିଂଟନରେ ଚାଲିଥିବା ଏହି ବୈଠକରେ ଉପ ରାଷ୍ଟ୍ରପତି କମଲା ହାରିସ, ବୈଦିଶିକ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଆର୍ମି ଚିଫ୍ ଉପସ୍ଥିତ ରହିଛନ୍ତି । ଆମେରିକ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜେଡ ତରାର କହିଛନ୍ତି, ରୁଷକୁ ବଡ କ୍ଷତି ସହିବାକୁ ପଡିବ । ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଚୁପ ରହିବ ନାହିଁ ଆମିରେକା । ୟୁକ୍ରେନ ର ସାଧାରଣ ଜନତାଙ୍କ ସୁରକ୍ଷା ଜରୁରୀ ବୋଲି କହିଛି ଆମେରିକା ।

Popular Articles