ଅମିତ ଶାହଙ୍କ ଆହ୍ୱାନ: ନବୀନ ସରକାରକୁ ସମାପ୍ତ କରନ୍ତୁ, ଓଡ଼ିଆ କହୁଥିବା ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ

ସାଲେପୁର, କଟକ(ଓଡିଶା ନ୍ୟୁଜ୨୪): ୫ ବର୍ଷ ଦିଅ ଓଡ଼ିଶାକୁ ଏକ ନମ୍ବର କରିବୁ |ସାଲେପୁରରେ ରାଜ୍ୟ ସରକାରଙ୍କ ମଧୁବାବୁଙ୍କ ପୈତୃକ ଘରକୁ ବୁଲି ଦେଖିଥିଲେ । କୁଳିଆ ସତ୍ୟଭାମାପୁର ଠାରେ ପହଞ୍ଚି ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ମଧୁବାବୁଙ୍କ ପୈତୃକ ଘରକୁ ବୁଲି ଦେଖିଥିଲେ । 

କୁଳିଆ ସମାବେଶରେ ରାଜ୍ୟ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।  ଓଡ଼ିଶା ଗସ୍ତରେ ଆସି କୁଳିଆ ସମାବେଶରେ ବିଜେପି ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି ଅମିତ ଶାହା । କୁଳିଆ ସଭା ପୂର୍ବରୁ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମମାଟି ସତ୍ୟଭାମାପୁର ଠାରେ ପହଞ୍ଚି ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ମଧୁବାବୁଙ୍କ ପୈତୃକ ଘରକୁ ବୁଲି ଦେଖିଥିଲେ । କୁଳିଆ ସମାବେଶରେ ରାଜ୍ୟ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଓଡ଼ିଶାର ବିକାଶକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ବିଜେପି ସରକାର ଆସିଲେ ଓଡ଼ିଶା ନମ୍ବର ୱାନ୍ ରାଜ୍ୟ ହୋଇପାରିବ । ଓଡ଼ିଶା ବିକାଶରେ ବାଧା ସାଜିଛନ୍ତି ରାଜ୍ୟ ସରକାର । ରାଜ୍ୟର ୪୦ ପ୍ରତିଶତ ଲୋକଙ୍କର ଘର ନାହିଁ । ୩୮ ପ୍ରତିଶତ ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚିପାରିନି ।

ସରକାରଙ୍କର ନୀତି ଓ ନୈତିକତାର ଅଭାବ ରହିଛି । ବିଜେପି ସରକାର ଆୟୁଷ୍ମାନ ଯୋଜନାରେ ପ୍ରଣୟନ କଲେ । କିନ୍ତୁ ମୋଦି ଲୋକପ୍ରିୟତା ଭୟରେ ନବୀନ ଏହାକୁ ରାଜ୍ୟରେ ଲାଗୁ କରୁନାହାନ୍ତି । ଓଡ଼ିଶାକୁ ଦୀର୍ଘ ବର୍ଷ ବିଜେଡ଼ି ଓ କଂଗ୍ରେସ ଶାସନ କଲେ । ଏବେ ୫ ବର୍ଷ ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ । ଓଡ଼ିଶାକୁ ସୁଦୃଢ଼ କରିବା ପାଇଁ ବିଜେପି ବଦ୍ଧ ପରିକର । ମଜବୁର ନୁହେଁ ମଜଭୁତ ସରକାର ଦେଇପାରିବ ବିଜେପି । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଆ ଜାଣିଥିବା ଜଣେ ନେତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସଂକଳ୍ପ କରିବାକୁ ଆହ୍ବାନ କରିଛନ୍ତି ଅମିତ୍ ଶାହା । ବିଜେପି ନେତାଙ୍କର ନୁହେଁ କାର୍ଯ୍ୟକର୍ତ୍ତାଙ୍କ ପାର୍ଟି । ଅମିତ କହିଛନ୍ତି କେନ୍ଦ୍ରରେ ମୋଦି ସରକାରକୁ ଆସିବା ଆଉ ଭୁବନେଶ୍ବରରେ ମଧ୍ୟ ବିଜେପି ସରକାର ଆସିବ । ଅମିତ ଶାହା କହିଛନ୍ତି ପଞ୍ଚାୟତ ନିର୍ବାଚନ ସ୍ପଷ୍ଟ କରିଛି ରାଜ୍ୟରେ ବିଜେପି ସରକାର ଗଢ଼ିବ । ପ୍ରାକୃତିକ ସମ୍ପଦ ଭରପୁର ଥିବା ସତ୍ତ୍ବେ ଓଡିଶା ଗରୀବ । କାରଣ ଏଠାର ସରକାର ବିକାଶ କରିବାକୁ ଚାହୁଁନାହାନ୍ତି । କଂଗ୍ରେସ ସରକାରଙ୍କ ୫ବର୍ଷ ଶାସନକାଳରେ ୭୯ହଜାର କୋଟି ଟଙ୍କା ଓଡିଶାକୁ ମିଳିଥିଲା । କିନ୍ତୁ ମୋଦି ସରକାରଙ୍କ ଅମଳରେ ୨ଲକ୍ଷ ୧୧ହଜାର କୋଟି ସହ ରେଳବାଇ ଡିଏମଏଫ ମୁଦ୍ରା ଲୋନ ଇତ୍ୟାଦି କ୍ଷେତ୍ରରେ ଅନୁଦାନକୁ ମିଶାଇ ୫ଲକ୍ଷ ୧୩ହଜାର କୋଟି ଟଙ୍କା ଓଡିଶାକୁ ପ୍ରଦାନ କରାଯାଇଛି । କିନ୍ତୁ ଏହା ଗାଁ କୁ ଯାଇପାରୁନି । କଂଗ୍ରେସ ଓ ରାହୁଲଙ୍କୁ କଟାକ୍ଷ କରିଛନ୍ତି ଶାହ । କଂଗ୍ରେସର ୫୫ ବର୍ଷ ଶାସନ କାଳରେ ମଧ୍ୟ ଦେଶରୁ ଦାରିଦ୍ର‌୍ୟ ଦୂର ହୋଇପାରିଲା ନାହିଁ । ବିଜେପି ଯୋଜନାରୁ ଜନତା ଲାଭ ପାଇପାରିଲେ ।

କଂଗ୍ରେସ ନେତୃତ୍ବରେ ଯେଉଁ ମେଣ୍ଟ ଉଦ୍ୟମ ହେଉଛି ତାର ନେତା ନୀତି ଠିକ୍ ନାହିଁ । ୧୯ବର୍ଷ ଏଠି ନବୀନ ସରକାର ଶାସନ ଚଳାଇଛନ୍ତି । ହେଲେ କିଛି ଉନ୍ନତି ହୋଇପାରୁ ନାହିଁ । ଏଠାରେ  ସରକାର ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବିକୁ ମଧ୍ୟ ସୁରକ୍ଷା ଦେଇପାରୁନି । ବର୍ତ୍ତମାନର ସରକାରକୁ ବଦଳାଇ ମୋଦିଙ୍କୁ ୫ବର୍ଷ ଦେଲେ ଓଡିଶା ଦେଶର ଏକ ନମ୍ବର ରାଜ୍ୟ ହେବ । ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଏମାନେ ଓଡିଶାର ଉନ୍ନତି କରିପାରିବେ ନାହିଁ । ମୋଦି ସରକାର ପୁଣିଥରେ କେନ୍ଦ୍ରରେ ଆସନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଶାହ ।

କଂଗ୍ରେସକୁ ସମାଲୋଚନା କରି ସେ କହିଥିଲେ, ରାହୁଲ ବାବାଙ୍କ ୪ ପିଢ଼ି ୫୫ ବର୍ଷ ଧରି ଶାସନ କଲେ। ସେମାନଙ୍କ ଶାସନର ୫୫ ବର୍ଷ ଭିତରେ ଗରିବଙ୍କ ଘରେ ଗ୍ୟାସ ପହଞ୍ଚି ପାରିଲାନି । ଆମ ପ୍ରଧାନମନ୍ତ୍ରୀ ଆସୁ ଆସୁ ଗରିବଙ୍କ ଘରେ ଗ୍ୟାସ ପହଞ୍ଚିଲା। ଘରେ ଘରେ ଶୌଚାଳୟ ହେଲା । ତେଣୁ ଆପଣମାନେ ବିଚାର କରନ୍ତୁ ଆଗାମୀ ଲୋକସଭା ନିର୍ବାଚନରେ ଏକ ‘ମଜ୍‌ବୁରୀ’ ସରକାର ପାଇଁ ଭୋଟ୍ ଦେବେ ନାଁ ଏକ ‘ମଜବୁତ’ ସରକାର ପାଇଁ ଭୋଟ୍ ଦେବେ ।

Comments are closed.