Thursday, March 28, 2024

Top 5 This Week

Related Posts

ପଡେଇକାନି ଗ୍ରାମରେ ଟୋକି ମରା ପର୍ଵ ପାଳିତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୪/୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ନାରାୟଣ ପୁର ପଞ୍ଚାୟତ ପଡେଇକାନି ଗ୍ରାମରେ ଟୋକି ମରା ପର୍ଵ ପାଳିତ ହୋଇଯାଇଛି । ଏହି ଟୋକି ମରା ପର୍ବରେ ଏକ ମାସ ଆଗରୁ ବାଇଦ ବଜାଇ ଗ୍ରାମ ଦେବୀ ଙ୍କୁ ସନ୍ତୁଷ୍ଟ କରିଥାନ୍ତି ।

ପଡେଇକାନି ଗ୍ରାମରେ ଟୋକି ମରା ଦିନ ପ୍ରଥମେ ମଶାଣୀ ଘାଟ ରେ ବନ୍ଧାପଣା କରିଥାନ୍ତି । ପ୍ରଥମେ କାମ୍ବୀ ମୁଣ୍ଡା କୁ ତେଲ ହଳଦି ସହ ପାଣି ଗାଧାନ୍ତି କୁକୁଡ଼ା ପୂଜା କଲାପରେ ଯାନୀ ଘରକୁ ନିଅନ୍ତି । ଯାନୀ ଘର ଠାରୁ ପ୍ରଥମେ ସାହି ରେ ଥିବା ହରିଜନ ଭାଇଙ୍କ ଘରକୁ ନିଅନ୍ତି ସେଠାରେ ପ୍ରଥମ ପୂଜା ହୋଇଥାଏ । ତା’ପରେ ଗୋଟିଏ ଲହରା ଘରକୁ ନିଅନ୍ତି ସେଠି ମଧ୍ୟ କାମ୍ବୀ ମୁଣ୍ଡାରେ ପୂଜାର୍ଚ୍ଚନା କରନ୍ତି, ସେହି ଠାରୁ କାମ୍ବୀ ମୁଣ୍ଡାକୁ ସାହି ସାରା କୁକୁଡ଼ା ନଡ଼ିଆ ପୂଜା କରନ୍ତି ।

ଏଥିରେ ଯାନୀ, ସାମତ, ଦିସାରି ଓ ବେଜୁଣି ମାନେ ଉପସ୍ଥିତ ରହି ପୂଜା କରିବା ଦିନରେ ରାତି ସାରା ବାଇଦ, ମଇରୀ ବଜେଇ ବେଜୁଣି ମାନେ ନାଛନ୍ତି । ଦିସାରି ଯୋଗ ଦେଲା ପରେ ବିଭିନ୍ନ ପ୍ରକାର ଜୀବ ର ବଳୀ ଦିଅନ୍ତି ଯଥା କୁକୁଡ଼ା, ପାରା, ଘୁଷୁରୀ, ମେଣ୍ଟା ଓ ନଡ଼ିଆ । ଏହି ପୂଜା ସାମଗ୍ରୀ କିଣିବା ପାଇଁ ଗାଁ ର ପ୍ରତ୍ୟେକ ଘର ପିଛା ୧୧୦୦ ସହ ରୁ ଉର୍ଦ୍ଧ ଚାନ୍ଦା କରନ୍ତି । ଏହି ଟୋକି ମରା ପର୍ବ ରେ କୁଟୁମ୍ବ ର ୧୦ ରୁ ଉର୍ଦ୍ଧ୍ୱ କୁକୁଡ଼ା ଲାଗିଥାଏ ।

ଟୋକୀ ମରା ସମୟ କୁ ଦିସାରି ନିର୍ଦ୍ଧାରିତ କରନ୍ତି । ଠିକ ସେତିକି ବେଳକୁ ହିଁ ମେଣ୍ଟା କୁ ବଳୀ ଦିଅନ୍ତି । ବଳୀ ଦେଲା ପରେ ଦିନ ସାରା କୁଣିଆ ମୈତ୍ର ମାନଙ୍କୁ ଖଟରେ ବସେଇ ଗାଁର ଏ ମୁଣ୍ଡ ରୁ ସେ ମୁଣ୍ଡ କୁ ବୁଲାନ୍ତି । ଏହି ପର୍ଵ ତିନି ବର୍ଷରେ ଥରେ କରାଯାଏ ବୋଲି ପିଡ଼ିସିକା ଭିକ, ପିଡ଼ିସିକା କାମାୟା, କୃଷ୍ଣ ଚନ୍ଦ୍ର ପିଡ଼ିସିକା, ପରମେଶ୍ୱର ପିଡ଼ିସିକା ଓ ରାମଦାସ ହିକକା ଗ୍ରାମବାସୀ କହିଛନ୍ତି ।

Popular Articles