Friday, March 29, 2024

Top 5 This Week

Related Posts

ରାଇକିଆ ବ୍ଲକରେ ୭୩.୭୧% ଭୋଟ ହାର : ଶାନ୍ତି ଶୃଙ୍ଖଳା ର ସହ ଶେଷ ହେଲା ମତଦାନ

ରାଇକିଆ ବ୍ଲକରେ ମୋଟ ୩୯,୯୨୫ ଭୋଟର : ମତ ଦାନ କଲେ ୨୯,୪୩୧

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୪/୨) : ଗୁରୁବାର ଦିନ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ରାଇକିଆ ବ୍ଲକରେ ଶାନ୍ତି ଶୃଙ୍ଖଳା ର ସହ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ମତଦାନ । ସମୁଦାୟ ୩୯,୯୨୫ ଭୋଟର୍ ମଧ୍ୟରୁ ୨୯,୪୩୧ ଭୋଟର ମତଦାନ କରିଛନ୍ତି । ୭୩.୭୧% ମତ ଦାନ ହୋଇଥିବା ଜଣାପଡିଛି ।

ରାଇକିଆ ବ୍ଲକ ରେ ସକାଳ ସାତଟା ରୁ ବିଭିନ୍ନ ମତଦାନ କେନ୍ଦ୍ର ରେ ଆରମ୍ଭ ହୋଇଥିଲା ଭୋଟ ଗ୍ରହଣ । ପ୍ରଶାସନ ତରଫରୁ ବେରେଡ଼ାକିଆ ଠାରେ ହୋଇଥିବା ପିଙ୍କ୍ ବୁଥ ସାଜିଥିଲା ମୁଖ୍ୟ ଆକର୍ଷଣ । ଚତୁପାର୍ଶ୍ଵ ଗୋଲାପୀ ରଙ୍ଗ ରେ ସଜ୍ଜିତ କରାଯାଇଥିଲା । ଚଳିତ ଥର ଭୋଟର୍ ତାଲିକା ରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନ ରେ ଲୋକଙ୍କ ଭୋଟର୍ ତାଲିକାରେ ନାମ ନଥିବା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ।

Popular Articles