Related Contents

ସନ୍ଥନ ଜୁନିଅର ମହାବିଦ୍ୟାଳୟର ନୂତନ ଅଫିସ ଗୃହ ଓ ଚିତ୍ତରଞ୍ଜନ ପରିଡା ମେମୋରିଆଲ ହଲ ଉଦଘାଟିତ

ବରୀ(ସତ୍ୟଜିତ ବାରିକ): ସ୍ଥାନୀୟ ସନ୍ଥନ ମହାବିଦ୍ୟାଳୟର ନୂତନ ଅଫିସ ଗୃହ ମାନ୍ୟବର ଯାଜପୁର ସାଂସଦ ଶ୍ରୀମତୀ ରିତା ତରାଇଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି | ଏହା ବ୍ୟତୀତ କଲେଜର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ଚିତ୍ତରଞ୍ଜନ ପରିଡାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ ସହିତ ତାଙ୍କ ନାମରେ ଚିତ୍ତରଞ୍ଜନ ମେମୋରିଆଲ ହଲର ଶୁଭ ଉଦଘାଟନ ହୋଇଅଛି |

ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଯାଜପୁର ସାଂସଦ ମାନ୍ୟବର ରିତା ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ସମ୍ମାନିତ ଅତିଥି ଭାବେ ୬୬୨ଶିକ୍ଷକ ସଂଘର ଆବାହକ ଶ୍ରୀ ଗୋଲକ ନାୟକ , ସବଜଉଦ୍ଦିନ ଅହମଦ , ଗଗନ ବେଉରା ଓ କୈଳାସ ମହାପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ | ସଭାରେ ସଭାପତିତ୍ୱ କରି ସନ୍ଥନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଦାସ କଲେଜ ସ୍ଥାପନରେ ଚିତ୍ତରଞ୍ଜନ ପରିଡାଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ | ସ୍ବର୍ଗତ ପରିଡାଙ୍କ ପତ୍ନୀ ଶ୍ରୀମତୀ ସତ୍ୟଭାମା ପରିଡା, ପୂର୍ବ ପରିଚାଳନା କମିଟିର ସଦସ୍ୟ ବଟକୃଷ୍ଣ ଦାସ, କୃଷ୍ଣ ଚନ୍ଦ୍ର ସାମଲ, ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରତିବର୍ଷ +୨ ପରୀକ୍ଷାରେ ସର୍ବଶ୍ରେଷ୍ଠ ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କୁ ୧୦୦୦ଟଙ୍କା ପୁରସ୍କାର ଦେବାପାଇଁ ସ୍ବର୍ଗତ ପରିଡାଙ୍କ ପୁତ୍ର ଚିନ୍ମୟ ପରିଡାଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା |

ଏହି ଉତ୍ସବରେ କଲେଜର ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ | ଅଧ୍ୟାପକ ରିତେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ | ସଭପରିଚାଳନାରେ ସର୍ବଶ୍ରୀ ରତିକାନ୍ତ ତ୍ରିପାଠୀ, ଅଜୟ କୁମାର ନାୟକ, ଖାଲିଡ଼ ମହମ୍ମଦ, ଅଜ୍ଞ କୁମାର ଦାସ, ଚିତ୍ତରଞ୍ଜନ ଷଡ଼ଙ୍ଗୀ,ପ୍ରିୟଦର୍ଶିନୀ ସାମଲ, ସ୍ଵୟଂପ୍ରଭା ପଣ୍ଡା ପ୍ରମୁଖ ଅଧ୍ୟାପକ ଓ ବିପିନ ବିହାରୀ ଦାସ, କଳିଙ୍ଗ ପଣ୍ଡା, ପ୍ରଦୀପ କୁମାର ସାହୁ, ରାଜ କିଶୋର ସାହୁ, ବିବେକାନନ୍ଦ ନାୟକ, ନିରଞ୍ଜନ ଦାସ, ବିନୋଦ କୁମାର ଦାସ, ରାଜେନ୍ଦ୍ର ବିଶ୍ୱାଳ, ଅଜିତ କୁମାର ପଣ୍ଡା, ଗୌତମ ଦାସ, କାଳିନ୍ଦୀ ଗୋଚ୍ଛାୟତ ଓ ପ୍ରେମଲତା ପଣ୍ଡା ପ୍ରମୁଖ କର୍ମଚାରୀମାନେ ସଭପରିଚାଳନାରେ ସହଯୋଗ କରିଥିଲେ |

Comments are closed.