Friday, March 29, 2024

Top 5 This Week

Related Posts

କେନ୍ଦ୍ରୀୟ ବିଦ୍ୟାଳୟ ର ଦ୍ଵିତୀୟ ପରିଚାଳନା କମିଟି ବୈଠକ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୪/୨) : ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଦ୍ଵିତୀୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 02 24 at 8.22.07 PM କେନ୍ଦ୍ରୀୟ ବିଦ୍ୟାଳୟ ର ଦ୍ଵିତୀୟ ପରିଚାଳନା କମିଟି ବୈଠକ

କେନ୍ଦ୍ରୀୟ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧକ୍ଷ୍ୟା ରାଜଲକ୍ଷ୍ମୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବିଦ୍ୟାଳୟ ର ଦ୍ୱାଦଶ ପରୀକ୍ଷାରେ ଶତ ପ୍ରତିଶତ ଛାତ୍ର ଛାତ୍ରୀ ପାଶ କରିଥିବା ସୁଚନା ଦେଇଥିଲେ । ବୈଠକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । କରୋନା ପାଇଁ ବିଦ୍ୟାଳୟ ବନ୍ଦ ରହିବା, ସିବିଏସଇ ବୋର୍ଡ ପରୀକ୍ଷା ବନ୍ଦ ରହିବା, ସମସ୍ତ ଶ୍ରେଣୀ ପାଇଁ ହେଉଥିବା ଅନଲାଇନ କ୍ଳାସ ଓ ଅଫଲାଇନ ଶିକ୍ଷା ସଂପର୍କରେ ଆଲୋଚନା କରାଯାଇଥିଲା ।

କୋଭିଡ ୧୯ ଯୋଗୁଁ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇପାରି ନ ଥିବାରୁ ସେଥିପାଇଁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏଥି ସହିତ ବିଦ୍ୟାଳୟ ସମ୍ମୁଖରେ ଥିବା ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ହୋଇ ସାରିଥିବା ବେଳେ ଅଭିଭାବକ ମାନଙ୍କ ପାଇଁ ବିଶ୍ରାମ ସ୍ଥଳ ନିର୍ମାଣ, ବିଦ୍ୟାଳୟ ବାହାରେ ଡଷ୍ଟବିନ ର ବ୍ୟବସ୍ଥା ଓ ବିଦ୍ୟାଳୟ ସାମନା କୁ ପରିଷ୍କାର କରିବା ପାଇଁ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଅନୁରୋଧ କରାଯାଇଥିଲା । ଏହା ସହ ବିଦ୍ୟାଳୟରେ ଥିବା ପମ୍ପ ହାଉସ ନିକଟରେ ବଡ ଗେଟ ନିର୍ମାଣ, ବିଦ୍ୟାଳୟ ସମ୍ମୁଖରେ ସ୍ପିଡ ବ୍ରେକର ବ୍ୟବସ୍ଥା ଆଦି ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ, ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟର ଅଧକ୍ଷ୍ୟା ଜୋଲି ଟୋମ, ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ରୀତିକାନ୍ତି ବଳିଆରସିଂହ, ଅଭିଭାବକ ସଦସ୍ୟା ଶିକ୍ଷୟିତ୍ରୀ ଅନୁସୟା ପାଣିଗ୍ରାହୀ ବ୍ରହ୍ମାନନ୍ଦ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଡେପୁଟି କଲେକ୍ଟର ଶାନ୍ତିସୁଧା ପାତ୍ର, ଶିକ୍ଷକ ପ୍ରଦୀପ କୁମାର ପଣ୍ଡା, ଅମରେନ୍ଦ୍ର ଦଳବେହେରା, ହିରଣ୍ମୟ ଭୁକ୍ତା ଓ ପ୍ରଭାତ କୁମାର ଦାଶ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Popular Articles