Related Contents

ରାଜ୍ୟ ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମରେ ଭାଗ ନେବେ ପି.ଦିବ୍ୟ ଆଚରି

ବୈପାରୀଗୁଡା (ଏନ.ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ଜୟପୁର ଅନ୍ତର୍ଗତ ପମ୍ପୁଣି ନିକଟ ଗୋପାଳ କୃଷ୍ଣ ଇଞ୍ଜନିଅରିଂ ଏଣ୍ଡ ଟେକ୍ନୋଲୋଜି ପରିସରରେ ଜିଲ୍ଲା ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମରେ ବୈପାରୀଗୁଡା ବ୍ଲକର ପି.ଦିବ୍ୟ ଆଚରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି |

ଭାରତ ସରକାରଙ୍କ କ୍ରୀଡା ଓ ଯୁବ ମନ୍ତ୍ରାଳୟ ଦ୍ୱାରା ପ୍ରାୟୋଜିତ ଓ ଓଡିଶା ସରକାରଙ୍କ ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶାଳୟ ଓ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା ସହାୟତାରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ | ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥି ମଧ୍ୟରୁ କଲେଜ ଅଧ୍ୟକ୍ଷ ଡ଼.ଗୌରୀଶଙ୍କର ସାହୁ, କୋରାପୁଟ ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ପଟ୍ଟନାୟକ, ସମାଜ ସେବି ପ୍ରଭୁଦନ ଭତରା, ଶିକ୍ଷାବିତ କାଳିପ୍ରସାଦ ପଟ୍ଟନାୟକ ଏବଂ ନେହେରୁ କେନ୍ଦ୍ର ର ସଂଯୋଜକ ଉଦୟ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ | ବିଚାରକ ଭାବେ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡି. ଦିଲୀପ ହତା ଏବଂ ମାଲକାନଗିରି ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସରଜ କୁମାର ମହାପାତ୍ର ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ମୋଟ ୧୩୬ଜଣଙ୍କ ମଧ୍ୟରୁ ୫ଜଣଙ୍କୁ ଆସନ୍ତା ୬ତାରିଖରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମରେ ଭାଗନେବେ | ସେମାନେ ହେଲେ ଡିମପାଲ ଅଗ୍ରୱାଲ, ମେଘନା ପଟ୍ଟନାୟକ, ପି.ଦିବ୍ୟ ଆଚରି, ସାଧନା ମହାନ୍ତି ଓ ଲାଲୁ ହରିଜନ | ଏହି କାର୍ଯ୍ୟକ୍ରମ କୁ କୋରାପୁଟ ଜିଲ୍ଲା ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ କିଶୋର ଚନ୍ଦ୍ର ବେହେରା ପରିଚାଳନା କରିଥିଲେ |କଲେଜ ର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ତଥା ଅଧ୍ୟାପକ ସୁବ୍ରତ କୁମାର ରଥ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.