Related Contents

ଏଏନଏମ ପରାକ୍ଷାର୍ଥୀଙ୍କ ଦାବିପତ୍ର – ଜିଲ୍ଲା ଭିତ୍ତିକ ଚୟନ କରାଯାଉ

କୋରାପୁଟ(ସୌମ୍ୟରଂଜନ ସାହୁ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଏଏନଏମ ପ୍ରାର୍ଥୀ ଚୟନକୁ ସ୍ଥାନୀୟ ପରୀକ୍ଷାର୍ଥୀ ବିରୋଧ କରିଛନ୍ତି | ନିଜ ଜିଲ୍ଲାର ପରୀକ୍ଷାର୍ଥୀ ଙ୍କୁ ଅଗ୍ରାଧିକାର ନ ଦିଆଗଲେ ପରୀକ୍ଷା ବନ୍ଦ କରିବା ସହିତ ଆନ୍ଦୋଳନ କୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ପରୀକ୍ଷାର୍ଥୀ |

ତେବେ ସୋମବାର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁକୁଲ୍ୟରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ୧୬ଟି ଏଏନଏମ ପଦବୀ ପାଇଁ ପରୀକ୍ଷାର୍ଥୀ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା | ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ଆବେଦନ କାରୀଙ୍କ ମଧ୍ୟରୁ ଏଏନଏମ ପରୀକ୍ଷାରେ ଅଧିକ ମାର୍କ ରଖିଥିବା ଆବେଦନକାରୀଙ୍କ ଅଗ୍ରାଧିକାର ଦିଆଯାଇଥିଲା | ତେବେ ଆସନ୍ତା କଲି ମଙ୍ଗଳବାର ହେବାକୁ ଥିବା ବ୍ୟକ୍ତିଗତ ସାକ୍ଷାତ୍କାର ଓ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସେମାନଙ୍କୁ ଚୟନ କରାଯାଉଛି | ମାତ୍ର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି | ତେବେ ସେମାନଙ୍କ ଅଭିଯୋଗ ମୁତାବକ ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ନିଜ ଜିଲ୍ଲାର କେବଳ ଦୁଇ ଜଣଙ୍କ ନାମ ସାମିଲ ଅଛି | ତେବେ ସନ୍ଧ୍ୟା ସାତଟା ବେଳେ ପ୍ରକାଶ ପାଇଥିବା ଏହି ତାଲିକାକୁ ବିରୋଧ କରି ଆବେଦନକାରୀମାନେ ଏହି ଚୟନ ପ୍ରକ୍ରିୟାରେ କେବଳ କୋରାପୁଟ ଜିଲ୍ଲାରେ ପଢିଥିବା ପରୀକ୍ଷାର୍ଥୀଙ୍କୁ ସାମିଲ କରାଯିବ ପାଇଁ ଦାବି ହୋଇଛି |

Comments are closed.