ରାଇକିଆ ବ୍ଲକ୍ ରେ ମତଦାନ କରିବେ ୩୯୯୨୫ ଭୋଟର

0
174
ରାଇକିଆ ବ୍ଲକ୍ ରେ

ରିପୋର୍ଟ : ଜଗଦୀଶ ଦାସ //
ରାଇକିଆ, କନ୍ଧମାଳ, (୨୨/୨) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ରେ ୨୪ ତାରିଖ ରେ ଭୋଟ ଗ୍ରହଣ କରାଯିବ । ଏଥି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ନିର୍ବାଚନ ପରିଚାଳନା ପାଇଁ ବ୍ଲକ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରଯାଇଛି ।a8 ରାଇକିଆ ବ୍ଲକ୍ ରେ ମତଦାନ କରିବେ ୩୯୯୨୫ ଭୋଟର

ରାଇକିଆ ବ୍ଲକ୍ ରେ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ସହାୟତା କେନ୍ଦ୍ର ଖୋଲାଯାଇଛି । ସେହିଠାରୁ ପୋଲିଂ ଦଳ ବିଭିନ୍ନ ବୁଥ କୁ ଗସ୍ତ କରିବେ । ବ୍ଳକର ୧୨ ଟି ପଂଚାୟତର ୧୭୩ ଗୋଟି ୱାର୍ଡ଼ ରେ ସମୁଦାୟ ୩୯୯୨୫ ଭୋଟର ମତଦାନ କରିବେ । ସେଥି ମଧ୍ୟରୁ ମହିଳା ଭୋଟର ଙ୍କ ସଂଖ୍ୟା ୨୦୨୫୬ ରହିଥିବା ବେଳେ ପୁରୁଷ ଭୋଟର ଙ୍କ ସଂଖ୍ୟା ୧୯୬୬୬ ରହିଛି । ଜିଲା ପରିଷଦ ଜୋନ ୧୭ ରେ ରାଇକିଆ, ମଣ୍ଡlକିଆ , ପେଟାପାଙ୍ଗା, ବେରେଡlକିଆ ଓ ଦଡ଼ିଙ୍ଗିଆ ପଞ୍ଚାୟତ ରହିଛି ।

୧୮ ଜୋନରେ କରଡ଼ା, ସୁଗଡବାଡି, ଗୁମାମାହା, ମାଣିକେଶ୍ଵର, ବଡବାରବା, ଇନ୍ଦ୍ରଗଡ, ରଣବା ପଞ୍ଚାୟତ ରହିଛି । ୪୭ ବୁଥ କୁ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇଛି । ଘାଟି ତଳ ଚାରି ପଞ୍ଚାୟତ ର ସମସ୍ତ ବୁଥ କୁ ଅତ୍ୟଧିକ ସ୍ପର୍ଶକାତର ଭାବେ ଚିହ୍ନଟ କରାଯାଇଛି । ଏ ସବୁ କୁ ଦୃଷ୍ଟି ରେ ରଖି ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ କଡାକଡି କରାଯାଇଥିବା ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ କହିଛନ୍ତି ।