Related Contents

MBK ଏବଂ CRP ଜୀବିକା ମିଶନ ଶକ୍ତି କର୍ମଚାରୀଙ୍କ ୬ ଦଫା ଦାବି ପତ୍ର ପ୍ରଦାନ ଓ ଆମରଣ ଅନଶନ

ମୁରିବାହାଲ (ଭଗବାନ ମହାନ୍ତି/ନିମାଇଁ ବଘାର): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଓଡିଶା ଜୀବିକା ମିଶନର କମ୍ୟୁନିଟି ଭିତିକ ସଂଗଠନରେ କାର୍ଯ୍ୟରତ ସମସ୍ତ MBK ଏବଂ CRP ଜୀବିକା ମିଶନ ଶକ୍ତି ବିଡ଼ିଓ ଶ୍ରୀ ଦାଶରଥି ସରାବୁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |

ଗ୍ରାମାଞ୍ଚଳ ଓ ପଂଚାୟସ୍ତରରେ ଓଡିଶା ଜୀବିକା ମିଶନ ପ୍ରତ୍ୟେକ କାର୍ଯ୍ୟକୁ ପ୍ରମୁଖ ଭୂମିକା ଗ୍ରହଣ କରୁଛି | ଯଥା CIF, ଋଣ ପ୍ରଦାନ, ଋଣ ପରିଶୋଧ, ବ୍ୟାଙ୍କ ଲିଂକେଜ, ଜୀବିକା, M.I.S. data Entry ପଞ୍ଚାୟତର ସମସ୍ତ ନଥିପତ୍ର ପରିଚାଳନା, ସ୍ୱଚ୍ଛଭାରତ ମିଶନ, S.H.G ଗଠନ, ସାପ୍ତାହିକ ବୈଠକ, ସରକାରଙ୍କ ସବୁ କାମରେ ଆମେ ସାହାଯ୍ୟ କରୁଛୁ ହେଲେ M.B.K ମାନଙ୍କୁ ଦୈନିକ ଶହେ ଟଙ୍କା ଥିବାବେଳେ C.R.P.ମାନଙ୍କୁ ଦୈନିକ 50 ଟଙ୍କା ହିସାବରେ ମିଳୁଛି ଯାହାକି, ଓଡିଶା ସରକାରଙ୍କ ଅଣକୌଶଳ ଦରମାଠୁ ମଧ୍ୟ କମଅଛି | OLM ନିର୍ଦ୍ଦେଶକଙ୍କୁ ତା ୧୯/୧/୧୮ରେ କର୍ମଚାରୀ ମାନେ ୫ଗୋଟି ଦାବି ପତ୍ର ଦେଇଥିଲେ ଓ ସେ କର୍ମଚାରୀଙ୍କୁ ୧୫ଦିନ ମଧ୍ୟରେ ଦାବି ଆଲୋଚନା କରିବା ପାଇଁ ପ୍ରତିଶୃତି ଦେଇଥିଲେ ହେଲେ ପରୀତାପର ବିଷୟଏହିକି ଯେ ସେ ଆଜି ପର୍ଯ୍ୟନ୍ତ ଆଲୋଚନା କରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି | ତେଣୁ ବାଧ୍ୟ ହୋଇ ୨୮/୧/୨୦୧୯ରେ କର୍ମଚାରୀ ମାନେ ଆମରଣ ଅନଶନ କରିବାକୁ ସଂଘ ସିଦ୍ଧାନ୍ତ ନେଇଛି ବୋଲି ପ୍ରକାଶ କରିଛନ୍ତି | ତ୍ରିପ୍ତି ପ୍ରୋଜେକ୍ଟରେ ୨୦୦୯ ରୁ ୨୦୧୮ମସିହା ଓଡିଶା ଜୀବିକା ମିଶନରେ କାମକରି ଆସୁଛନ୍ତି ଓ ମହିଳା ସଶକ୍ତି କରଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି ବୋଲି ସମସ୍ତ କର୍ମଚାରୀ ପ୍ରକାଶ କରିଛନ୍ତି |


ଏଣୁ ସେମାନେ ଆଜି ୬ଟି ମୁଖ୍ୟଦାବିକୁ ବିଡ଼ିଓଙ୍କ ଜରିଆରେ ସରକାରଙ୍କୁ ଦେଇଛନ୍ତି | ସେ ଦାବି ଗୁଡିକ ହେଲା ପଞ୍ଚୟତିରାଜ ବିଭାଗରେ M.B.K ସ୍ଥାୟି ନିଜୁକ୍ତି, ଗ୍ରାମାଞ୍ଚଳରେ CRPମାନଙ୍କୁ ସ୍ଥାୟୀ ନିଯୁକ୍ତି, ସର୍ଵନିମ୍ମ ଅର୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ଦିନକୁ ୩୨୦ଟଙ୍କା MBK ଙ୍କୁ ପ୍ରଦାନ କରାଯାଉ, ଅଣ କୁଶଳୀ ଶ୍ରମିକ ମଜୁରୀ ୨୮୦ CRP ଙ୍କୁ ପ୍ରଦାନ କରାଯାଉ,ବ୍ଲକ ସ୍ତରୀୟ ପଦବୀ ଗୁଡିକରେ MBK ମାନଙ୍କୁ ଅଗ୍ରାଧିକାର ଦିଆଯାଉ, କର୍ମଚାରୀ ଭବିଷ୍ୟତନିଧି ପାଣ୍ଠି ସଂଗଠନ ସାମିଲ କରାଯାଉ ଆଦି |

Comments are closed.