କଫସିରପ କାରବାର ବନ୍ଦ କରିବା ନେଇ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ

0
212
କଫସିରପ କାରବାର

ରିପୋର୍ଟ : ସନ୍ତୋଷ ନାୟକ //
ଭୁବନେଶ୍ୱର, ତା(୨୩/୦୨) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଶା କଫସିରପ କାରବାର ବୃଦ୍ଧି ପାଇଚାଲିଥିବା ବେଳେ ରାଜ୍ୟର ବରଗଡ଼, ବଲାଙ୍ଗୀର, କଟକ ଏହାର କେନ୍ଦ୍ର ବିନ୍ଦୁ ପାଲଟିଥିବା କୁହାଯାଇ ଆସୁଥିଲା ।

ବିଗତ ଦିନରେ ବଲାଙ୍ଗୀର ଜିଲ୍ଲାରେ ଏହି କଫସିରପ ମାଫିଆ ଅର୍ଥ ଓ ରାଜନୈତିକ ଦଳ ସହଯୋଗ ରେ କଫସିରପ କାରବାର ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ପଡୋଶୀ ରାଜ୍ୟ ଛତିଶଗଡ଼ ଓ ମାଓ ପ୍ରବଣ କୋରାପୁଟ, ରାୟଗଡା ଦେଇ ବଲାଙ୍ଗୀର ତଥା ଅନ୍ୟ ଜିଲ୍ଲା ଗୁଡିକୁ ବେଆଇନ କଫ ସିରପ ଓ ପ୍ରସ୍ତୁତି ସାମଗ୍ରୀ ଆସୁଥିବା ବଲାଙ୍ଗୀର ଜିଲ୍ଲା ର ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ରୋକ ଲଗା ଯାଇପାରିଛି । ଵିଶେଷ କରି ବଲାଙ୍ଗୀର ଜିଲ୍ଲା ରେ ଏ କାରବାର ର ମୁଖ୍ୟ ଡନ ଏବେ ପୋଲିସ ନଜର ରେ ରହିବା ଓ ପୋଲିସ ପ୍ରଶାସନ ର କଡା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏ କାରବାର ଏକ ପ୍ରକାର ସମ୍ପୁର୍ଣ୍ଣ ଠପ ହୋଇଯାଇଛି ।

ଜିଲ୍ଲାର ବଲାଙ୍ଗୀର ସହର ପଟଣାଗଡ଼, ସଇଁତଲା ଓ ପ୍ରମୁଖ ରେଳ ଷ୍ଟେସନ ଭାବେ ପରିଚିତ ଟିଟିଲାଗଡ଼ ରେ ଏବେ ଏ କାରବାର ବନ୍ଦ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଆଜି ଜଣେ ଯୁବକ ୩ ଶହ ବୋତଲ କଫ ସିରପ ସହ ଗିରଫ ହେବା ଜଣାଯାଇଛି ।