ଟାଇଲ ବୋଝେଇ ୪୦୭ ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣା- ଜଣେ ମୃତ ଓ ୩ ଜଣ ଆହତ

ହିଞିଳିକାଟୁ (ଓଡିଶା ନ୍ୟୁଜ୨୪): ହିଞିଳିକାଟୁ ଶିକିରି ଗ୍ରାମ ଦେଇ ୩୬ ନଂ ରାଜ୍ୟ ରାଜପଥ ହିଞିଳି ଶିକିରି ମଧ୍ୟରେ ଏକ ଟାଇଲ ବୋଝେଇ ଟାଟା ୪୦୭ ଗାଡି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିବାରୁ ଜଣକର ମୃତ୍ୟୁ ସହ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି |

ମୃତକ ଜଣକ ଚମାଖଣ୍ଡି ଥାନା କେରାଣ୍ଡି ତୋଳା ଗ୍ରାମର ପ୍ରମୋଦ ପ୍ରଧାନ(୪୫) । ଗୁରୁତର ଥିବା ମୃତକଙ୍କ ସ୍ତ୍ରୀ କୌଶଲ୍ୟା ପ୍ରଧାନ (୩୪),ନିର ପ୍ରଧାନ (୪୦) କୁନି ପ୍ରଧାନ (୧୭) । ଖବର ପାଇ ହିଞିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ସମୟରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ବ୍ରହ୍ମପୁର ଫାଣ୍ଡି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛ । ପ୍ରକାଶ ଯେ ହିଞିଳି ସହରର ୫୯ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ମିନି ଷ୍ଟାଡିୟମ ଠାରୁ ଆର ଏମ୍ ସି ଛକ ନିକଟ ପଯନ୍ତ ଫେବର ଟାଇଲ ବିଛାଇବା ସକାଶେ ୩୬ ରାଜ୍ୟ ରାଜପଥ ଦେଇ ଟାଟା ୪୦୭ ଗାଡ଼ିରେ ଟାଇଲ ଆସୁଥିବା ବେଳେ ଶିକିରି ହିଞିଳି ମଧ୍ୟବର୍ତ୍ତୀରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସ୍ଥାନୀୟ ଲୋକଙ୍କ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରି ଗୁରୁତର ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଗାଡିଟିକୁ ଜବତ କରି ତଦନ୍ତ ଚଳାଇଛି ।

Comments are closed.