Related Contents

ବାଲିଗାଁ ରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟନ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଶୁଭ ଉଦଘାଟନ ହୋଇଯାଇଛି |

ସାଧାରଣତନ୍ତ୍ର ଦିବସ ଦିନ କୋଟପାଡ଼ ବିଧାୟକ ଚନ୍ଦ୍ର ଶେଖର ମାଝୀଙ୍କ କରକମଳରେ ବାଲିଗାଁ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ଶୁଭ ଉଦଘାଟନ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି, ବାଲିଗାଁ ସରପଞ୍ଚ ରତିନା ନାୟକ, ବାଲିଗାଁ ସମିତି ସଭ୍ୟ ଦୈତାରୀ ନାୟକ,ସମସ୍ତ ୱାର୍ଡ ମେମ୍ବର ସହ ଗ୍ରାମର ସଚେତନ ନାଗରିକ ମାନେ ଯୋଗ ଦେଇଥିଲେ | ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ଅଧିରାଜ ସାହୁ ଶୁଭ ଉଦଘାଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ବାଲିଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ ଲାଗି ବାଲିଗାଁ ପଂଚାୟତ ସହ ୪ଗୋଟି ପାଖ ପଂଚାୟତ ଲୋକଙ୍କ ସୁବିଧା ହୋଇପାରିବ ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି |

Comments are closed.