Friday, March 29, 2024

Top 5 This Week

Related Posts

କୁସୁମି ବ୍ଲକର ଯୋରଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଇଂ ଚିତ୍ତରଞ୍ଜନ ମାଝୀଙ୍କ ଜୋରଦାର ପ୍ରଚାର

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡା
ରାଇରଙ୍ଗପୁର, (୨୩/୦୨) : ମୟୁରଭଞ୍ଜ ଜିଲ୍ଲା ର କୁସୁମି ବ୍ଲକର ଯୋରଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଆସନ ପାଇଁ ପ୍ରାର୍ଥୀ ମାନଙ୍କର ଜୋରଦାର ପ୍ରଚାର ପ୍ରସାର ଚଳାଇଥିବା ବେଳେ ଯୁବ ସିଭିଲ ଇଂ ଚିତ୍ତରଞ୍ଜନ ମାଝୀ ନିଜ ସମର୍ଥକ ମାନଙ୍କୁ ନେଇ ଗାଁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା ।

କୁସୁମି ବ୍ଲକର ଜଣେ ଯୁବ ସମାଜସେବୀ, ସୁସଙ୍ଗଠକ, ଧର୍ମପରାୟଣ, ସମାଜ ସଂସ୍କାରକ ଚାକିରୀ ପଛରେ ନ ଗୋଡ଼ାଇ ସମାଜ ସେବା କ୍ଷେତ୍ରରେ ପାଦ ଆଗକୁ ବଢାଇଛନ୍ତି । ସେ ନିଜେ ଜଣେ ଆଦିବାସୀ ଯୁବକ । ଆଦିବାସୀ ମାନଙ୍କର ଦୁଃଖ ସେ ନିଜେ ଲିଭାଇବା ସହ ଅଙ୍ଗେ ଦେଖିଛନ୍ତି । ତେଣୁ ଶିକ୍ଷା କୁ ଗୁରୁତ୍ୱ ଦେଇ ନିଜେ ଉଚ୍ଚ ଶିକ୍ଷିତ ହୋଇ ଏକ ଦୁର୍ନିତୀ ମୁକ୍ତ ସମାଜ, ଅନ୍ଧ ବିଶ୍ୱାସ ବିରୋଧରେ ଲଢେ଼ଇ, ନାରୀ ଶୀକ୍ଷା, ଅଞ୍ଚଳ ର ବିକାଶ ଏବଂ ପଛୁଆ ଯୋରଦା ପଞ୍ଚାୟତ ର ସାମଗ୍ରିକ ବିକାଶ ଓ ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ ନେଇ ସେ ଲଢେଇ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।

ପଞ୍ଚାୟତ ବାସୀ ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳୁଛି । ଭୋଟର ମାନଙ୍କୁ ସିଧାସଳଖ ଗାଁ ର ସମସ୍ୟା ତଥା ରାସ୍ତା ଘାଟ, ପାନୀୟ ଜଳ, ଭତ୍ତା ଓ ଯୁବକ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବାରେ ଚେଷ୍ଟା କରିବି ବୋଲି ବୁଝାଉଛନ୍ତି ।

Popular Articles