Related Contents

ଚନ୍ଦ୍ରପୁର ଠାରେ ଅଗ୍ନିକାଣ୍ଡରେ ଦୁଇ ଜଣଙ୍କ ମୃତ୍ୟୁ

ଚନ୍ଦ୍ରପୁର (କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଗୋଟିଏ କୁକୁଡ଼ା ଫର୍ମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି |

ରବିବାର ରାତି ପ୍ରାୟ ୧୨ଟା ରୁ ୧ଟା ମଧ୍ୟରେ ଦୁଇ ଜଣ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି | ସେହି ନିଆଁରେ ଦୁଇ ଜଣ ପୋଡି ଯାଇଥିବା ଜଣାପଡିଛି | ସେମାନେ ହେଲେ ଗୋକୁଳ ଡୋର (୨୪) ଓ ଭାଗିରଥି ପରିଛା (୨୩) ସହ ପ୍ରାୟ ୪କ୍ୱିଣ୍ଟାଲ କୁକୁଡ଼ା, ନଗଦ ଟଙ୍କା ପୋଡି ନଷ୍ଟ ହୋଇଯାଇଛି | ଏହି ଦୁଇଜଣଙ୍କୁ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଚନ୍ଦ୍ରପୁର ତହସିଲଦାର ଘଟଣା ସ୍ଥଳରେ ପହଂଚି ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ପରେ ସବୁ ଜଣାପଡିବ ବୋଲି କହିଛନ୍ତି |

Comments are closed.