Thursday, March 28, 2024

Top 5 This Week

Related Posts

ଦେଶ ବାହାରେ ସାମରିକ ଶକ୍ତି ବ୍ୟବହାର କରିବାକୁ ଅନୁମତି ପାଇଲେ ପୁଟିନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ମସ୍କୋ/ନୂଆଦିଲ୍ଲୀ, (୨୩/୦୨) : ୟୁକ୍ରେନ ବିରୋଧରେ ପଦକ୍ଷେପ ନେବାକୁ ଦେଶ ବାହାରେ ସାମରିକ ଶକ୍ତି ବ୍ୟବହାର କରିବାକୁ ଅନୁମତି ପ୍ରାପ୍ତ କଲେ ପୁଟିନ । ରୁଷ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ୱାଧୀନତା ଦେବା ପରେ ପଶ୍ଚିମ ଦେଶଗୁଡ଼ିକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।WEB MAP UKRAINE RUSSIA SEPARATIST AREAS REFRESH ଦେଶ ବାହାରେ ସାମରିକ ଶକ୍ତି ବ୍ୟବହାର କରିବାକୁ ଅନୁମତି ପାଇଲେ ପୁଟିନ

ଏସବୁ ଭିତରେ ରୁଷୀୟ ସଂସଦ ବଡ଼ ପଦକ୍ଷେପ ନେଇଛି । ରୁଷ ସଂସଦ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦେଶ ବାହାରେ ସାମରିକ ଶକ୍ତି ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି । ରୁଷ ସେନା ୟୁକ୍ରେନ ଉପରେ ବଡ଼ ଧରଣ ର ହମଲା କରିବା ପାଇଁ ଯୋଜନା କରୁଛି । ଏହାକୁ ଦୃଷ୍ଟିରେ ରଖି ଦେଶର ସଂସଦ ରାଷ୍ଟ୍ରପତି ପୁଟିନଙ୍କୁ ଏପରି କ୍ଷମତା ଦେଇଥିବା କୁହାଯାଇଛି ।

ଏବେ ରୁଷ ସେନା ୟୁକ୍ରେନ ର ପୂର୍ବ ପ୍ରାନ୍ତରେ ପହଞ୍ଚି ଯାଇଛନ୍ତି । ଏଥିପାଇଁ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢ଼ିବାରେ ଲାଗିଛି । ଏଥିପାଇଁ ପୁଟିନ ଦେଶ ବାହାରେ ସାମରିକ ଶକ୍ତି ର ବ୍ୟବହାର କରିବାକୁ ଚାହୁଁଛନ୍ତି । ଏ ନେଇ ଏକ ପ୍ରସ୍ତାବକୁ ଅନୁମତି ଦେବାକୁ ସେ ଦିନକ ପୂର୍ବରୁ ଦେଶର ସଂସଦକୁ ଚିଠି ଲେଖିଥିଲେ ।

ୟୁକ୍ରେନରେ ରହୁଥିବା ବିଚ୍ଛିନ୍ନତାବାଦୀଙ୍କୁ ସେ ସମର୍ଥନ ଘୋଷଣା କରିଛନ୍ତି । ସେମାନଙ୍କ ସହାୟତା ପାଇଁ ଦେଶ ବାହାରେ ରୁଷର ସୈନ୍ୟ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ । ମଙ୍ଗଳବାର ଦେଶର ଉଚ୍ଚ ସଦନ ଏହା ଉପରେ ଭୋଟ୍ ଦେଇଛି । ଏହି ପ୍ରସ୍ତାବକୁ ମୋଟ ୧୫୩ ଜଣ ରୁଷ ସାଂସଦ ସମର୍ଥନ କରିଛନ୍ତି । କେହି ବି ଏହା ବିରୋଧରେ କିମ୍ବା ଭୋଟ ଦାନକୁ ବିରତ ରହି ନଥିଲେ ।14virus briefing putin mediumSquareAt3X ଦେଶ ବାହାରେ ସାମରିକ ଶକ୍ତି ବ୍ୟବହାର କରିବାକୁ ଅନୁମତି ପାଇଲେ ପୁଟିନ

୨୦୧୪ ମସିହାରୁ ମସିହାରୁ ୟୁକ୍ରେନ ସେନା ସହ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀ ମାନେ ଯୁଦ୍ଧ କରୁଛନ୍ତି । ଏବେ ସେମାନଙ୍କ ସମର୍ଥନରେ ରୁଷ ବାହାରିଛି । ତେଣୁ ଦେଶ ବାହାରେ ସେନା ବ୍ୟବହାର କରିବାକୁ ରୁଷ ସଂସଦ ପୁଟିନଙ୍କୁ କ୍ଷମତା ଦେଇଛି । ରୁଷ ର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ନିକୋଲାଇ ପାନକୋଭ କହିଛନ୍ତି, ବର୍ତ୍ତମାନ ବିବାଦର ସମାଧାନ ପାଇଁ କଥାବାର୍ତ୍ତା ବନ୍ଦ ହୋଇଯାଇଛି । ୟୁକ୍ରେନ ସରକାର ହିଂସା ଓ ରକ୍ତପାତ ର ରାସ୍ତା ଆପଣାଇଛନ୍ତି ।

ସେମାନେ ଆମ ଆଗରେ ଆଉ କୌଣସି ବିକଳ୍ପ ରଖିନାହାନ୍ତି । ପୂର୍ବ ୟୁକ୍ରେନରେ ବିଚ୍ଛିନ୍ନତାବାଦୀଙ୍କ ଉପରେ ଦମନଲୀଳା ଚାଲିଛି । ସେଠାରେ ୟୁକ୍ରେନ ନରସଂହାର କରୁଛି । ନାଟୋ ପକ୍ଷରୁ ୟୁକ୍ରେନ କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି । ପୂର୍ବ ୟୁକ୍ରେନରେ ୟୁକ୍ରେନ କୁ ହିଂସାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ନାଟୋ ହିଁ ଉସକାଉଥିବା ସେ କହିଛନ୍ତି ।

Popular Articles