Related Contents

୭୦ତମ ସାଧାରଣତନ୍ତ୍ର ଦିବସ ମହା ଆଡମ୍ବରରେ ପାଳିତ-ବନ୍ଧୁତ୍ୱ କ୍ରିକେଟ ମ୍ୟାଚ ଅନୁଷ୍ଠିତ

ଝରିଗାଁ (ତ୍ରିନାଥ ଧାରୁଆ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ପ୍ରତ୍ୟକ ସରକାରୀ କାର୍ଯ୍ୟ ଅନୁଷ୍ଠାନ ମାନଙ୍କ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିବା ବେଳେ ଝରିଗାଁ ବ୍ଲକଠାରେ ବ୍ଲକ ଅଧ୍ୟକ୍ଷା ରମୁଲା ଗଣ୍ଡ, ତହସିଲରେ ତହସିଲଦାର କ୍ଷମାନିଧି ଭୋଇ, ଥାନାରେ ଆଇ ଆଇ ସି ପ୍ରମୋଦ କୁମାର ନାୟକ, ଝରିଗାଁ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ, ଝରିଗାଁ ବିଜେଡ଼ି କାର୍ଯ୍ୟାଳୟରେ ବରିଷ୍ଠ ନେତା ନରସିଂହ ଦଳେଇ, କଂଗ୍ରେସ କାର୍ଯ୍ୟାଳୟରେ ପଦ୍ମନାମ ପାଣ୍ଡେ, ବଜେପି କାର୍ଯ୍ୟାଳୟରେ ଗୋବିନ୍ଦ ଜୈନ ପ୍ରମୁଖ ପତାକା ଉତ୍କଳନ କରିଥିଲେ ।

ତେବେ ଦୀର୍ଘ ଦଶନ୍ଧି ବ୍ୟବଧାନ ପରେ ସ୍ଥାନୀୟ ବି ଡି ଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆଙ୍କ ଉଦ୍ୟମକ୍ରମେ ଝରିଗାଁ ହାଇସ୍କୁଲ ପଡିଆ ଠାରେ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ପୁରୁସ୍କୃତ କରିଥିଲେ । ବ୍ଲକ ସରକାରୀ କର୍ମଚାରୀ ଏବଂ ଝରିଗାଁ ବ୍ଲକ ସାମ୍ବାଦିକ ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ବ ପୂର୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ରୋମାଞ୍ଚକ ମ୍ୟାଚରେ ସାମ୍ବାଦିକ ୧୧ ବିଜୟ ଲାଭ କରିଥିଲେ । ୧୨ ଅବର ବିଶିଷ୍ଟ ମ୍ୟାଚରେ ସାମ୍ବାଦିକ ୧୧ ୧୪୦ରନ କରିଥିବା ବେଳେ ବ୍ଲକ ସରକାରୀ କର୍ମଚାରୀ ୧୨୦ରନ କରିବାରେ ସମର୍ଥ ହୋଇଥିଲେ | ଏହି ପ୍ରତିଯୋଗିତାରେ ବି ଡି ଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ, ଏ ବି ଡି ଓ ପ୍ରଫୁଲ୍ଲ କହଁର, ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ପାଢ଼ୀ ଅତିଥି ଉପସ୍ଥିତ ରହି ଉଭୟ ଦଳକୁ ପୁରୁସ୍କୃତ କରିଥିଲେ ।

ଏହି ବନ୍ଧୁତ୍ୱ ପୂର୍ଣ ମ୍ୟାଚରେ ଯନ୍ତ୍ରୀ ପ୍ରଶାନ୍ତ ଚୌଧୁରୀ, ସୁନିଲ ସାମଲ, ପାର୍ଥଜିତ ମଣ୍ଡଳ,ସମ୍ବିତ ମହାଙ୍କୁଡ ସହଯୋଗ କରିଥିଲେ । ଅମ୍ପାଏର ଭାବରେ ମଦନ ସାମଲ ଏବଂ ଭାଷ୍ୟକାର ଭାବରେ ଅଭୟ ସ୍ୱାଇଁ ଦାୟିତ୍ୟ ଗ୍ରହଣ କରିଥିଲେ । ଏହି ଖେଳରେ ବେଷ୍ଟ ବ୍ୟାଟସ ମେନ ଭାବରେ ବବୁଲୁ ପାଣ୍ଡେ, ଭଲ ବୋଲର ଭାବରେ ଶ୍ରୀଦର ମାଠିଆ, ଅଲରାଉଣ୍ଡର କୈଳାଶ ଗୌଡ଼ଙ୍କୁ ପୁରୁସ୍କୃତ କରାଯାଇ ବିଜୟ ସାମ୍ବାଦିକ ୧୧କୁ ସିଲ ପ୍ରଦାନ କରାଯାଇଥିଲା |

Comments are closed.