ଆଜସୁ ତରଫରୁ ହୋଇ ଭିଓ୍ବେଟ ନେତାଙ୍କ ପ୍ରଚାର ଜୋରଦାର ଧରିଲା

0
163
ଆଜସୁ

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡା
ରାଇରଙ୍ଗପୁର, (୨୨/୦୨) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସବୁଦଳ ଭଳି ଆଜସୁ ମଧ୍ୟ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛି । ମୟୁରଭଞ୍ଜ ଜିଲ୍ଲା ର ବାମନଘାଟୀ ଉପଖଣ୍ଡରେ ୭ଟି ଜିଲ୍ଲା ପରିଷଦ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି ।

ଏଥର ପଞ୍ଚାୟତ ନିର୍ବାଚନରେ ଆଜସୁ ପ୍ରାର୍ଥୀଙ୍କ ପାଇଁ ପଡୋଶୀ ଝାଡଖଣ୍ଡ ରାଜ୍ୟ ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପାର୍ଟି ରାଜ୍ୟ ଅଧ୍ୟକ୍ଷ ସୁଦେଶ ମହାଭୋଇ, ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ରାମଚନ୍ଦ୍ର ସାଇସ, ପାର୍ଟି କେନ୍ଦ୍ରୀୟ ପ୍ରବକ୍ତା ଦେବ ଶରଣ ଭଗତ, ପ୍ରଭାରୀ ହରେଲାଲ ମହାତୋ, ଓଡିଶା ରାଜ୍ୟ ସଭାପତି ଆଲୋକାନ୍ତା ବାସ୍କେ, ମୟୁରଭଞ୍ଜ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ମହାନ୍ତ ପ୍ରମୁଖ ପ୍ରଚାର ଜୋରଦାର ଚଳାଇଥିଲେ ।

ମୟୁରଭଞ୍ଜ ଜିଲ୍ଲା ବାସୀଙ୍କ ଆଦିବାସୀ ଓ ମୂଳବାସୀଙ୍କ ହକ୍ ପାଇଁ ପାର୍ଟି ଲଢେଇ କରିବା ବୋଲି ଗଣମାଧ୍ୟମ କୁ ଅଧ୍ୟକ୍ଷ ସୁରେଶ ମହାତୋ ଗଣମାଧ୍ୟମ କୁ କହିଥିଲେ ।