Related Contents

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା-ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ସନ୍ଦେହ

ଭୁବନେଶ୍ୱର (ଓଡିଶା ନ୍ୟୁଜ୨୪): ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ୨୪ ଘଣ୍ଟା ପରେ ସହିଦ ନଗର ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ସୌମ୍ୟ ରଞ୍ଜନ ମହାପାତ୍ର, ଅନନ୍ତ ନାରାୟଣ ସାମନ୍ତରାୟ ଏବଂ ସୁବ୍ରତ ବିଶ୍ବାଳ ବୋଲି ଜଣାପଡ଼ିଛି ।

ସାମ୍ବାଦିକଙ୍କୁ ଆକ୍ରମଣର ୨୪ ଘଣ୍ଟା ପରେ ମଧ୍ୟ ଆକ୍ରମଣକାରୀଙ୍କୁ କମିଶନରେଟ ପୋଲିସ ଜାଣିଶୁଣି ଗିରଫ କରୁନି ନା ଗିରଫ ନକରିବା ପାଇଁ କେଉଁ ଅଦୃଶ୍ୟ ଚାପ ରହୁଛି ବୋଲି ପ୍ରଶ୍ନ ଉଠିଥିଲା । ଏହି ଘଟଣାକୁ ନେଇ ତାତିଥିଲେ ସାମ୍ବାଦିକ । ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପୋଲିସ ଡିଜିଙ୍କୁ ଭେଟି ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଥିଲା । ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ମହାରାଜା ସିନେମା ହଲରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେବା ପରେ ଘଟଣାକୁ ନେଇ ସହିଦ ନଗର ଥାନାରେ ଏତଲା ଦିଆଯାଇଥିଲା । ଏହି ସମ୍ବେଦନଶୀଳ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା । ସାମ୍ବାଦିକ ସୁରକ୍ଷା ମଞ୍ଚ ପକ୍ଷରୁ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା, ଏହାସହ ବରିଷ୍ଠ ସାମ୍ବାଦିକମାନେ ପୋଲିସ ଡିଜିଙ୍କୁ ଭେଟି ଦୁର୍ବ୍ୟବହାରକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।

Comments are closed.