ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କାଣ୍ଡରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

0
129
ପୂର୍ବ ଶତ୍ରୁତାକୁ ନେଇ

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡା
ମୟୁରଭଞ୍ଜ, ରାଇରଙ୍ଗପୁର, (୨୨/୦୨) : ମୟୁରଭଞ୍ଜ ଜିଲ୍ଲା ର ବାଦାମ ପାହାଡ଼ଥାନା ଅନ୍ତର୍ଗତ ଧକଟା ଗ୍ରାମର ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ର ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଆଜୀବନ କାରାଦଣ୍ଡ ସହ ୨୦,୦୦୦ ଟଙ୍କା ଜୋରିମାନା ଅନାଦେୟ ୨ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି ।

ସୂଚନାଯୋଗ୍ୟ ଯେ ଧକଟା ଗ୍ରାମ ର‌ ଅଭିଯୁକ୍ତ ଆସାମୀ ମଙ୍ଗଲ ମହାକୁଡ଼ (୩୯) ପୂର୍ବ ଶତ୍ରୁତାକୁ ନେଇ ୪/୪/୨୦୧୮ ଦିନ ମହାତି ଗାଗରାୟ (୬୪) ଙ୍କୁ ତାଙ୍କ ଘର ସମ୍ମୁଖରେ ପରିବାର ସମ୍ମୁଖରେ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିଲା । ଏହାକୁ ନେଇ ମୃତକଙ୍କୁ ପରିବାର ତରଫରୁ ବାଦାମ ପାହାଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଥାନାରେ ଏହାକୁ ନେଇ ୧୫/୧୮ ମାମଲା ରୁଜୁ ହୋଇଥିଲା ।

ଏହାକୁ ନେଇ ପୋଲିସ ତଦନ୍ତ, ପାରିପାର୍ଶ୍ଵିକ ଅବସ୍ଥା ଏବଂ ୧୯ ଜଣ ସାକ୍ଷୀଙ୍କ ବୟାନ ନେଇ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଓ ୨୦,୦୦୦ ଟଙ୍କା ସହ ଅନାଦେୟ ୨ ବର୍ଷ ଅଧିକ କାରାଦଣ୍ଡରେ ରାୟ ଶୁଣାଣି କରିଛନ୍ତି ।