ଭୋଟର ସଚେତନତା ପାଇଁ ପ୍ରତିଯୋଗିତା ଅନୁଷ୍ଠିତ

0
142
ଭୋଟର ସଚେତନତା ପାଇଁ

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡା
ମୟୁରଭଞ୍ଜ, ରାଇରଙ୍ଗପୁର, (୨୨/୦୨) : ଜାତୀୟ ଭୋଟର ଦିବସ ଉପଲକ୍ଷେ ଭାରତ ର ନିର୍ବାଚନ କମିଶନ ଙ୍କ ପକ୍ଷରୁ ଭୋଟର ସଚେତନତା ପାଇଁ “ମୋ ଭୋଟ ମୋ ଭବିଷ୍ୟତ ଗୋଟିଏ ଭୋଟ ମୂଲ୍ୟବାନ ” ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ online ମାଧ୍ୟମରେ କରାଯାଉଛି ।

ଏହି କାର୍ଯ୍ୟକ୍ରମ ରେ ଜାତୀୟ ସ୍ତରରେ ହେଉଥିବା ୫ ପ୍ରକାର ପ୍ରତିଯୋଗିତା ଯଥା, କୁଇଜ, ସଂଗୀତ, ଭିଡ଼ିଓ କ୍ଲିପିପିଙ୍ଗସ, ସ୍ଲୋଗାନ ଓ ପୋଷ୍ଟର ପ୍ରସ୍ତୁତ ଇତ୍ୟାଦି ପ୍ରତିଯୋଗିତା ରେ ଯେକୌଣସି ବୟସ ର ବ୍ୟକ୍ତି ବିଶେଷ, ଛାତ୍ର ଛାତ୍ରୀ ଏବଂ ଅନୁଷ୍ଠାନ ସମୂହ ଅଂଶ ଗ୍ରହଣ କରିପାରିବେ । ଏହି ଭୋଟର ସଚେତନତା ପାଇଁ ପ୍ରତିଯୋଗିତା ରେ ଅଂଶ ଗ୍ରହଣ ପାଇଁ ଭାରତ ର ନିର୍ବାଚନ କମିଶନ ଙ୍କ ପକ୍ଷରୁ ସମୟ ଅବଧି ୨୫ ଜାନୁଆରୀ ୨୦୧୨ ରୁ ୧୫ ମାର୍ଚ୍ଚ ୨୦୧୨ ପର୍ଯ୍ୟନ୍ତ web site କୁ ଖୋଲା ରଖାଯିବା ର ବ୍ୟବସ୍ଥା କରା ଯାଇଛି ।

ଭାରତ ର ଯେକୌଣସି ନାଗରିକ https://ecisveep.nic.in/contest website ରୁ ପ୍ରତିଯୋଗିତା ସମ୍ପର୍କ ରେ ସବିଶେଷ ତଥ୍ୟ ପାଇ ପାରିବେ । ପ୍ରତ୍ୟେକ ବିଭାଗ ର ପ୍ରତିଯୋଗିତା ର ଶ୍ରେଷ୍ଠ ୩ ଟି ସ୍ଥାନ ଅଧିକାର କରିଥିବା ବ୍ୟକ୍ତି ବିଶେଷ ଙ୍କୁ ପୁରସ୍କାର ସ୍ୱରୂପ ବିଭିନ୍ନ ଅର୍ଥ ରାଶି ପ୍ରଦାନ କରାଯିବ ।

ଏହି ପ୍ରତିଯୋଗିତା ରେ ଅଧିକ ରୁ ଅଧିକ ଅଂଶ ଗ୍ରହଣ ପାଇଁ ନିର୍ବାଚନ କମିଶନ ଙ୍କ ପକ୍ଷରୁ ନାଗରିକ ମାନଙ୍କୁ ପରାମର୍ଶ ଦିଆ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ଠାରେ ବାମନଘାଟି ଉପଖଣ୍ଡ ର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ଙ୍କ ଅଧକ୍ଷତା ରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଏବଂ ଅଧ୍ୟାପକ ମାନେ ଯୋଗ ଦେଇଥିଲେ ।

ଉପଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତଙ୍କୁ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ର ତାତ୍ପର୍ଯ୍ୟ ଓ ପ୍ରତିଯୋଗିତା ର ନିୟମ, ପ୍ରଣାଳୀ ତଥା ପ୍ରକ୍ରିୟା ସମ୍ଭନ୍ଧ ରେ ବିସ୍ତୃତ ବିବରଣୀ ଦେଇଥିଲେ ଏବଂ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ବରାଳ ପ୍ରୋଜେକଟର ମାଧ୍ୟମରେ ଏହି କାର୍ଯ୍ୟକ୍ରମ କୁ ଉପସ୍ଥାପନ କରିଥିଲେ ।