ବୋରିଗୁମ୍ମାରେ ମଣ୍ଡି ଅବ୍ୟବସ୍ଥା : ଆବଶ୍ୟକ ୭୦ ହଜାର କିନ୍ତୁ ଆସିଛି ୧୨ ହଜାର କ୍ବିଣ୍ଟାଲ ଟାର୍ଗେଟ

0
157
ବୋରିଗୁମ୍ମାରେ ମଣ୍ଡି ଅବ୍ୟବସ୍ଥା

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୨/୦୨) : ବୋରିଗୁମ୍ମାରେ ମଣ୍ଡି ଅବ୍ୟବସ୍ଥା ! ବୋରିଗୁମ୍ମା ଲ୍ୟାମ୍ପ୍ସ ଦ୍ୱାରା ଚାଷୀଙ୍କ ଧାନ କ୍ରୟ କରାଯାଉ ନ ଥିବା ଅଭିଯୋଗ କରି ଗତ ୧୪ ତାରିଖ ଦିନ ଚାଷୀମାନେ ବୋରିଗୁମ୍ମା ତହସିଲଦାର ଓ ଲ୍ୟାମ୍ପ୍ସ ଏମ୍.ଡି.ଙ୍କୁ ଦାବି ପୁରଣ ନ ହେଲେ ଆନ୍ଦୋଳନ କରିବାକୁ ଲିଖିତ ଆକାରରେ ଅବଗତ କରାଇଥିଲେ ।WhatsApp Image 2022 02 22 at 10.42.30 AM 1 ବୋରିଗୁମ୍ମାରେ ମଣ୍ଡି ଅବ୍ୟବସ୍ଥା : ଆବଶ୍ୟକ ୭୦ ହଜାର କିନ୍ତୁ ଆସିଛି ୧୨ ହଜାର କ୍ବିଣ୍ଟାଲ ଟାର୍ଗେଟ

ଟୋକନ୍ ଥାଇ ମଧ୍ୟ ଧାନ ନେବାକୁ ମନା କରିଥିବା ଅଭିଯୋଗ ହୋଇଥିଲା । ଆଜି ପୁଣି ଥରେ ବୋରିଗୁମ୍ମାରେ ମଣ୍ଡି ଅବ୍ୟବସ୍ଥା ନେଇ ଉତ୍ତ୍ୟକ୍ତ ଚାଷୀମାନେ ଲ୍ୟାମ୍ପ୍ସ ଏମ୍.ଡି.ଙ୍କ ସହ ଆଲୋଚନା କରିଛନ୍ତି । ୭୦ ହଜାର କ୍ବିଣ୍ଟାଲ ଟାର୍ଗେଟ ପାଇଁ କହିଥିଲେ ମଧ୍ୟ ମାତ୍ର ୧୨ ହଜାର କ୍ବିଣ୍ଟାଲ ଟାର୍ଗେଟ ଆସିଥିବା ବିଷୟ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି ଏମ୍.ଡି. ।

କୋରାପୁଟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ମଧ୍ୟ ଚାଷୀମାନେ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ଆସନ୍ତା ମାର୍ଚ୍ଚ ମାସରେ ମଧ୍ୟ ମଣ୍ଡି ଚାଲିବ ଓ ଯେତେ ଚାଷୀଙ୍କ ଟୋକନ ବାହାରିଛି ସମସ୍ତଙ୍କ ଧାନ କିଣାଯିବ ବୋଲି କହିଥିଲେ । କିନ୍ତୁ ଚାଷୀମାନେ ଏକଥା ଲିଖିତ ଆକାରରେ ଦେବାକୁ କହିବାରୁ ଆସନ୍ତା ୨୨ ତାରିଖ ଦିନ ଦ୍ୱିପହର ପରେ ଲିଖିତ ଆକାରରେ ଦେବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ବର୍ତ୍ତମାନ ଆସିଥିବା ୧୨ ହଜାର କ୍ବିଣ୍ଟାଲ ଟାର୍ଗେଟରେ ଯେଉଁ ଚାଷୀ ମାନଙ୍କ ଟାେକନ ଅକାମୀ ହେବାକୁ ଯାଉଛି ସେମାନଙ୍କ ଧାନ ପ୍ରଥମେ କିଣାଯିବ ବୋଲି ଏମ୍.ଡି. ମହାଶୟ ଚାଷୀଙ୍କୁ କହିଥିବା ଜଣା ପଡିଛି ।