Related Contents

ନିଯୁକ୍ତି ମେଳାରେ ସାଉଣ୍ଡ ବନ୍ଦ କରିବା ଓ ବିଦ୍ୟୁତ ବିଚ୍ଛିନ୍ନ କରିବା ପାଇଁ କହିବାରୁ ଜି ସି ଡ଼ି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ରାତାରାତି ବଦଳି

ରାୟଗଡା ଜ଼ିଲ୍ଲାପ୍ରତିନଧି (ଅମୁଲ୍ୟ ନିଶଙ୍କ): ଗତ ୨୪.୦୧.୨୦୧୯ତାରିଖ ଗୁରୁବାର ଦିନ ଏକ ନିଯୁକ୍ତି ମେଳାର ଆୟୋଜନ ସ୍ଥାନୀୟ ଜି ସି ଡ଼ି ହାଇସ୍କୁଲ ପଡିଆରେ କରାଯାଇଥିଲା | ଏହି ମେଳା ନିମନ୍ତେ ହୁକ ଲଗାଇ ବିଦ୍ୟୁତ ନିଆଯାଇଥିଲା ଓ ବହୁତ ଶବ୍ଦରେ ଡାକ ବାଜି ଯନ୍ତ୍ର ଲଗାଯାଇଥିଲା |

ନିଯୁକ୍ତି ମେଳାରେ ଡାକ ବାଜି ଯନ୍ତ୍ର ଲାଗି ସ୍କୁଲ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା | ପୁନଶ୍ଚ ନିଯୁକ୍ତି ମେଳା ଆୟୋଜନ କରିଥିବା ଅଧିକାରୀ ସ୍କୁଲର ବିନା ଅନୁମତିରେ ସ୍କୁଲ ପରିଶରରୁ ହୁକ ମାରି ବିଦ୍ୟୁତ ସଂଯୋଗ କରିଥିଲେ, ଏହା ଜାଣିବାପରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଆଶାଲତା ନିଯୁକ୍ତି ମେଳା ପରିଶରକୁ ପଚାରିବା ନିମନ୍ତେ ଆସିବା ସମୟରେ ପୋଲିସ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅଟକାଇଥିଲେ ଓ ବହୁ ବିଳଂବରେ ନିଯୁକ୍ତି ମେଳା ଅଧିକାରୀ ଆସିଥିଲେ | ଉଭୟଙ୍କ ମଧ୍ୟରେ କିଛି କଥା ବାର୍ତ୍ତା ହୋଇଥିଲା | ପ୍ରଧାନ ଶିକ୍ଷୟତ୍ରୀ ମେଳା ଅଧିକାରୀଙ୍କୁ ପଚରିଥିଲେ ଆପଣମାନେ ଏହି ନିଯୁକ୍ତି ମେଳା କରବା ନିମନ୍ତେ ସ୍କୁଲରୁ ଅନୁମତି ନେଇନାହାନ୍ତି ପୁନଶ୍ଚ ବିନା ଅନୁମତିରେ ବିଦ୍ୟୁତ ସ୍କୁଲ ପରିଶର ମଧ୍ୟରୁ ବିଦ୍ୟୁତ ସଂଯୋଗ ନେଇଛନ୍ତି ବୋଲି ପଚାରିଥିଲେ |

ନିଯୁକ୍ତି ମେଳା ଅଧିକାରୀ ନିଜ ମୁଣ୍ଡରୁ ଅଠା ବାହାର କରି ଡ଼ି ଆଇ ପି ଆରଙ୍କୁ କହିଥିଲୁ ସେ ଅନୁମତି ନେଇଥିବେ କହିଥିଲେ | ପ୍ରଧାନ ଶିକ୍ଷୟତ୍ରୀ ଆଶାଲତା ନିଯୁକ୍ତି ମେଳା ଦାଇତ୍ୱରେ ଥିବା ଅଧିକାରୀଙ୍କୁ ଶବ୍ଦ କମ କରିବା ନିମନ୍ତେ କହିବା ଓ ବିଦ୍ୟୁତ ସଂଯୋଗ ପୂର୍ବରୁ କାହିଁକି ପଚାରିଲେ ନାହିଁ ବୋଲି ପଚରିବାରୁ କିଛି ସମୟ ନିମନ୍ତେ ମାଇକ ଓ ପ୍ରୋଜେକଟରକୁ ବନ୍ଦ କରାଯାଇଥିଲା | ପୁନଶ୍ଚ କିଛି ସମୟ ପରେ ମାଇକ ଚାଲୁ ହୋଇଥିଲା |

ନିଯୁକ୍ତି ମେଳା ସମାପ୍ତ ପରେ ନିଯୁକ୍ତି ମେଳା ଦାଇତ୍ୱରେ ଥିବା ଅଧିକାରୀ ଏହି ବିଷୟ ନେଇ ଜ଼ିଲ୍ଲା ଶିକ୍ଷାଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ | ନିଯୁକ୍ତି ମେଳାରେ ସର୍ବସାଧାରଣଙ୍କ ସାମନାରେ ଦାଇତ୍ୱରେ ଥିବା ଅଧିକାରୀଙ୍କୁ ପଚାରିବାରୁ ଶିକ୍ଷୟତ୍ରୀ ଆଶାଲତାଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହିତ ରାତାରାତି ବଦଳି ନିର୍ଦେଶ ଦିଆଯାଇଛି | ଜ଼ିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ବରିହା ଜି ସି ଡି ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ରାତାରାତି ପ୍ରଧାନ ଶିକ୍ଷୟତ୍ରୀ ପଦରୁ ଅନ୍ତର କରି ନୂତନ ଭାବେ ଆର ଏସ ଇ ଡବ୍ଲୁ ସି ନୂତନ ସରକାରୀ ହାଇ ସ୍କୁଲର ସହକାରୀ ଶିକ୍ଷୟତ୍ରୀ ରୂପେ ଯୋଗ ଦେବା ନିମନ୍ତେ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫୧୫/୨୪.୦୧. ୨୦୧୯ ରେ ନିର୍ଦେଶ ଦିଆଯାଇଛି | ଠିକ ସେହିପରି ଆଶାଲତାଙ୍କ ସ୍ଥାନରେ ବରିଷ୍ଠତା ଭିତିରେ ସ୍କୁଲର ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ପଦବୀ ସମ୍ଭାଳିବାକୁ ଚିଠିରେ ଉଲେଖ ରହିଛି | ଆର ଏସ ଡବ୍ଲୁ ସି ନୂତନ ସରକାରୀ ହାଇସ୍କୁଲର ସହକାରୀ ଶିକ୍ଷକ ଉମଂଚରଣ ସାହୁଙ୍କୁ ଜି ସି ଡି ସ୍କୁଲରେ କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ନିର୍ଦେଶ ଦିଆଯାଇଛି | ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫୧୭/୨୪.୦୧. ୨୦୧୯ ରେ ଶ୍ରୀ ସାହୁ ଙ୍କୁ ତୁରନ୍ତ କାର୍ଯ୍ୟରୁ ରୀଲିଭ କରିବା ନିମନ୍ତେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଜ଼ିଲ୍ଲା ଶିକ୍ଷାଧିକାରୀ ନିର୍ଦେଶ ଦେଇଛନ୍ତି | ଆଶାଲତାଙ୍କ ବଦଳି ନେଇ ସମଗ୍ର ଜ଼ିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି |

Comments are closed.