ପଞ୍ଚାୟତ ନିର୍ବାଚନ ର ଚତୁର୍ଥ ପର୍ଯ୍ୟାୟ ଭୋଟ ଦାନ ଆରମ୍ଭ

0
124
ପଞ୍ଚାୟତ ନିର୍ବାଚନ ର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଦେଓଗାଁ, ତା(୨୨/୦୨) : ବଲାଙ୍ଗୀର ଜିଲ୍ଲା ର ଦେଓଗାଁ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଦେଓଗାଁ ରେ ସୁରୁଖୁରୁରେ ଚାଳିଛି ମତଦାନ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅପ୍ରୀତିକର ପରିସ୍ଥିତି ର ଖବର ହସ୍ତଗତ ହୋଇନାହିଁ ।

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ଥାନା ଅଧିକାରୀ ଵାମଦେଵ ସଖୁଁଖୁଆଳ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ତଥା ମତଦାତା ମାନେ ବେଶ ଉତ୍ସାହିତ ହୋଇ ମତଦାନ କରୁଛନ୍ତି । ବିଶେଷ୍ କରି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଚତୁର୍ଥ ପର୍ଯ୍ୟାୟ ଭୋଟ ଦାନ ରେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଆସୁଥିବା ଯୁବ ଭୋଟର ଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ଜିଲ୍ଲା ର ଅନ୍ୟ ଅଞ୍ଚଳ ତୁଳନାରେ ଦେଓଗାଁ ବ୍ଲକରେ ରାଜନୈତିକ ଉଷ୍ମତା ଢେର୍ ରହିଛି ।