ନିର୍ବାଚନ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ହୃଦଘାତ ରେ ଶିକ୍ଷକ ଙ୍କ ମୃତ୍ୟୁ

0
119
ନିର୍ବାଚନ କାର୍ଯ୍ୟରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/କଣ୍ଟାବାଞ୍ଜି, ତା(୨୧/୦୨) : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ର ଜଣେ ଶିକ୍ଷକଙ୍କ ରବିବାର ଦିନ ସନ୍ଧ୍ୟାରେ ନିର୍ବାଚନ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ହୃଦଘାତ ରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଶିକ୍ଷକ ଜଣକ ହେଲେ ୪୫ ବର୍ଷ ବୟସ ର ଆଚାର୍ଯ୍ୟ ସୁଧୀର କୁମାର ବେହେରା ।

ସେ ବରଗଡ ଜିଲ୍ଲା ଗାଏସିଲେଟ ଥାନା ଡ଼ଙ୍ଗର ମୁଣ୍ଡା ଗ୍ରାମ ର । ସେ ଗତ କିଛିବର୍ଷ ହେଲା କଣ୍ଟାବାଞ୍ଜି ର ପଟେଲ କଲୋନୀରେ ଏକୁଟିଆ ଘରଭଡା ନେଇ ରହିବା ସହିତ ତୁରେକେଲା ବ୍ଲକ ର ଉନ୍ନିତ ଉଚ୍ଚ ବିଦ୍ୟାଳୟ ବୁରୋମାଲ ରେ ଶିକ୍ଷକତା କରି ଆସୁଥିଲେ । ତାଙ୍କର ଆଗରୁ ଉଚ୍ଚ ରକ୍ତଚାପ ରୋଗ ରହିଥିବାରୁ ସେ ଗତ କିଛିଦିନ ହେଲା ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ଚକିତ୍ସିତ ହେଉଥିଲେ, ହେଲେ ନିର୍ବାଚନ କାର୍ଯ୍ୟରେ ଯୋଗଦେବା ପାଇଁ ସେ କଣ୍ଟାବାଞ୍ଜି ଆସି ସୋମବାର ଦିନ ବଲାଙ୍ଗୀର ଗୁଡଭେଲା କୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ, ହେଲେ ରବିବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାସହ ଘରେ ଟଳି ପଡିଥିଲେ ।

ପରେ ପାଖ ପଡୋଶୀ ଲୋକେ ଦେଖି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ମୃତ ଘୋଷଣା କରଥିଲେ।ଆଜି ସୋମବାର ସକାଳେ ତାଙ୍କର ଶବ ବ୍ୟବଛ୍ଛେଦ କରିବା ପରେ ତାଙ୍କର ପରିବାର ବର୍ଗଙ୍କୁ ମୃତଶରୀରକୁ ହସ୍ତାନ୍ତର କରାଯାଇଥିଲା।ତାପରେ ତାଙ୍କର ଶବ ସତ୍କାର ପାଇଁ ତାଙ୍କ ନିଜ ଗ୍ରାମକୁ ନିଆ ଯାଇଥିଲା ।

ସେ ଜଣେ ମେଳାପୀ, ସ୍ପଷ୍ଟବାଦୀ ଓ ଆଦର୍ଶ ଶିକ୍ଷକ ଥିଲେ। ତାଙ୍କର ସଂସ୍କୃତ ଶିକ୍ଷାଦାନ ଉଚ୍ଚକୋଟୀ ର ରହି ଆସିଥିଲା । ତାଙ୍କର ବିୟୋଗ ରେ ବହୁ ମାନ୍ୟଗଣ ବ୍ୟକ୍ତି, ତୁରେକେଲା ବ୍ଳକ ତଥା ଅନ୍ୟ ବ୍ଳକ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶ୍ରୀ ବିରଂଚି ନାରାୟଣ ଦାଶ ଶୋକ ବ୍ୟକ୍ତ କରିଛନ୍ତି ।