Friday, March 29, 2024

Top 5 This Week

Related Posts

ଧାନ ବୋଝେଇ ଟ୍ରକ୍‌ କୁ ବରଯାତ୍ରୀ ଗାଡ଼ି ଧକ୍କାରେ ୪ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ଭବାନୀପାଟଣା, (୨୨/୦୨) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଏନଏଚ ୨୧୭ ତୁର୍ଳାଖମନଠାରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଧାନ ବୋଝେଇ ଟ୍ରକ୍‌ କୁ ବରଯାତ୍ରୀ ନେଇ ଯାଉଥିବା ଏକ ବୋଲେରୋ ପଛରୁ ଧକ୍କା ଦେଇଛି । 

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୋଲେରୋ ଧକ୍କାରେ ଧାନ ବୋଝେଇ ଟ୍ରକ୍‌ ଟି ଓଲଟି ପଡ଼ିଛି । ଏଥି ଯୋଗୁଁ ଘଟଣାସ୍ଥଳରେ ୪ ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଗତକାଲି କେସିଙ୍ଗା ଥାନା ଅଞ୍ଚଳର ଜଣେ ଯୁବକଙ୍କର ବଲାଙ୍ଗୀର ଜିଲ୍ଲା ଶିଶକେଲା ପିପଲପଦର ଅଞ୍ଚଳରେ ବିବାହ ଥିଲା । ଏଥି ନିମନ୍ତେ ବରଯାତ୍ରୀ ପିପଲପଦର ଯାଇଥିଲେ । ସେଠାରୁ ବିଳମ୍ବିତ ରାତିରେ ଏକ ବୋଲେରୋ ରେ ୧୧ ଜଣ କେସିଙ୍ଗା ଫେରୁଥିଲେ । ତୁର୍ଳାଖମନ ଠାରେ ବୋଲେରୋ ଟି ଆଗରେ ଯାଉଥିବା ଏକ ଧାନ ବୋଝେଇ ଟ୍ରକ୍‌କୁ ଜୋରରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ପୁରଷ ଓ ୩ ମହିଳାଙ୍କ ମୃତ୍ୟୁ ହୋଇଛି ।

ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ କେସିଙ୍ଗା ହସ୍ପିଟାଲ ଓ ପରେ ଭବାନୀପାଟଣା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଗୁରୁତର ଆହତଙ୍କ ମଧ୍ୟରେ ଏକ ଶିଶୁ ଥିବା ବେଳେ ତାକୁ ବୁର୍ଲା ମେଡ଼ିକାଲ ପଠାଯାଇଛି । ଏହି ଦୁର୍ଘଟଣା ବିଳମ୍ବିତ ରାତିରେ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାରେ ବିଳମ୍ବ ହୋଇଥିଲା ।

ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରି ଗୁରୁତରଙ୍କୁ ତୁରନ୍ତ ମେଡିକାଲ ପଠାଇଥିଲେ । ପୁଲିସ୍‌ ଘଟଣା ର ତଦନ୍ତ କରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Popular Articles