Related Contents

ନିରାଶ୍ରୟ, ଅନାହାର ଓ ଭିକ୍ଷା ବୃତ୍ତିରେ ଵିତୁଛି ଜୀବନ

ଝରିଗାଁ (ତ୍ରିନାଥ ଧରୁଆ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଣୁଆ ଗୁଡା ପଞ୍ଚାୟତ ଅନ୍ତର୍ଗତ କୁହୁଁରା କୋଟ ଗ୍ରାମର ଅଧିବାସୀ ଦେବକୀ ପନକା ବୟସ ୭୦ରୁ ଉର୍ଦ୍ଧ୍ଵ ନିଜର ଘର ସମ୍ପୁର୍ଣ ରୂପେ ଭାଙ୍ଗି ଯାଇଥିବାରୁ ଅନ୍ୟର ଘର ଦ୍ୱାର ଓ ବାଡ ରେ ଆଜକୁ ପ୍ରାୟ ୪ବର୍ଷ ହେଲା ରହି ଆସୁଛନ୍ତି ।

ପରିବାର କହିଲେ ଗୋଟିଏ ବୋଲି ପୁଅ ସେ ବି ପାଗଳ। ପୁଅକୁ ଵିଵାହ କରିଥିଲେ ମଧ୍ୟ ବୋହୂ ପଦମା ପନକା ଓ ଦୁଇ ନାତି ନତୁଣୀ ଜଗଦୀଶ,ଜଗନ୍ନାଥ ଓ ଦିବ୍ୟାଭାରତୀ ପାଗଳର ଭୟରେ ଅବା ଘର ଖଣ୍ଡେ ନଥିବାରୁ ନିଜ ବାପା ମା ଘରେ ରହି ଆସୁଛନ୍ତି । ତେବେ ଦେବକୀଙ୍କର ୩ଟି ଝିଅ | ଦୁଇ ଝିଅ ଅନ୍ୟତ୍ର ବାହା ହୋଇଥିବା ବେଳେ ଗୋଟିଏ ଝିଅ ସୁଲୋଚନା ପନକା ସ୍ଵାମୀ ଲଖିଧର ପନକାଙ୍କୁ ଘର ଜୁଇଁ କରି ନିଜ ପାଖରେ ରଖିଥିଲେ ଦେବକି । ତେବେ ସରକାରଙ୍କ ମାଳ, ମାଳ ଯୋଜନା ଭିତରେ ଦେବକୀଙ୍କ ବାର୍ଦ୍ଧକ୍ୟ ଭତ୍ତା ୩୦୦ଟଙ୍କା ଓ ଝିଅ ଜୁଇଁ ପାଉଥିବା ରାସନ କାର୍ଡ଼ରୁ କେଵଳ୧୦କେଜି ଚାଉଳ ଦେବକୀଙ୍କ ପରିବାରରେ ପୁଅ,ବୋହୂ, ନାତି ନାତୁଣୀ ଏଇପରି ୫ଜଣ ସଦସ୍ୟ ଥିଲେ ମଧ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ୨୫କେଜି ଚାଉଳ ପଇଥାନ୍ତେ କିନ୍ତୁ ରାସନ କାର୍ଡ଼ଟି ମଧ୍ୟ ତାଙ୍କର ଭାଗ୍ୟରେ ଜୁଟି ନାହିଁ । ସେହିପରି ମୁଣ୍ଡ ଗୁଞ୍ଜିବା ପାଇଁ ନିଜସ୍ଵ ଘର ଭାଙ୍ଗି ଯାଇଥିବାରୁ ଅନ୍ୟ ଲୋକ ଘର ଦ୍ୱାର ଓ ଘରବାଡ଼ି ରେ ଶୀତ, ବର୍ଷା, ଖରାରେ ଆଜକୁ ପ୍ରାୟ ୪ବର୍ଷରୁ ଉର୍ଦ୍ଧ ହେଲା ରହିଆସୁଛନ୍ତି । ଦେବକୀଙ୍କ କହିବା ଅନୁଯାୟୀ ଆଗରେ ବଳ ଶକ୍ତି ଥିବାରୁ କୁଲି, ବୁତି କରି ପରିବାର ର ପ୍ରତିପୋଷଣ କରୁଥିଲେ | ଏବେ ଆଗ ଭଳି ବଳ ଶକ୍ତି ନଥିବାରୁ କାମ କରିପାରୁ ନ ଥିବା ହେତୁ ଏହି ଘର ସେ ଘର ବୁଲି ଭିକ୍ଷା ବୃତ୍ତି କରି ପରିବାର ଚଳୁଥିବା କହିଛନ୍ତି ଦେବକୀ । ତେବେ ଝିଅ ଜୁଇଁକୁ ମିଳୁଥିବା ୧୦କେଜି ଚାଉଳ ସମୂଦ୍ରକୁ ସଂଖେ ଭଳି ।

ଏହି ଭଳି ଭାବରେ ସାତ ସାତଟି ଜୀବନ ଦୁର୍ଦିନ, ନିରାଶ୍ରୟ ତଥା ଅନାହାରରେ ଵିତୁଛି । ଦେଶରେ ଏଭଳି ଗରିବ ନିରାଶ୍ରୟ ଲୋକ ମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟ କାରୀ ହେଉଥିଲେ ମଧ୍ୟ କୌଣସି ଗୋଟିଏ ହେଲେ ଯୋଜନା ପହଞ୍ଚି ପାରିନାହିଁ ଏବଂ ଏହି ସବୁ ଯୋଜନା ସତରେ ଦେବକୀଙ୍କ ପାଇଁ ଅଭିଶାପ ପାଳଟିଥିବା ଭଳି ମନେ ହେଉଛି | ଏହି ସମ୍ପର୍କରେ ଝରିଗାଁ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧୁରୁଆଙ୍କୁ ଜଣାଇବାରୁ ଏହି ବିଷୟରେ ତଦନ୍ତ କରି ଯାହା ଯାହା ସରକାରୀ ଯୋଜନା ଉପଲବ୍ଧ ତାହାଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି |

Comments are closed.