Advertisements
Sunday, May 31, 2020
Home District News ଜାତୀୟ କନ୍ୟା ରତ୍ନ ସନ୍ତାନ ଦିବସ ରାୟଗଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଳିତ

ଜାତୀୟ କନ୍ୟା ରତ୍ନ ସନ୍ତାନ ଦିବସ ରାୟଗଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଳିତ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ଜାତୀୟ କନ୍ୟା ରତ୍ନ ସନ୍ତାନ ଦିବସ ଅବଶରରେ ଏକ ନୂତନ ଅଭିନବ ଉପାୟ ଆରମ୍ଭ କରିଛନ୍ତି ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର |

ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଜ଼ିଲ୍ଲାପାଳ ଏହି ଅଭିଯାନକୁ ଆଗେଇ ନେବା ନିମନ୍ତେ ପ୍ରାତମାସରେ ଜ଼ିଲ୍ଲାର ସମସ୍ତ ଗର୍ଭବତୀ ମହିଳା ମାନଙ୍କୁ ସେମାନଙ୍କର ସୁରକ୍ଷା ନିମନ୍ତେ ଚିଠି ଲେଖିବେ | ବର୍ତମାନ ସୁଦ୍ଧା ଜ଼ିଲ୍ଲାରେ ୨୩ ହଜାର ୫୦୦ଗର୍ଭବତୀ ମହିଳା ଅଛନ୍ତି | ଏହି ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଅଙ୍ଗନବାଡି କର୍ମୀ ଆଶା ଦିଦି ଏ ଏନ ଏମ ଜ଼ିଲ୍ଲାପାଳଂକ ବାର୍ତା ନେଇ ଗର୍ଭବତୀ ମହିଳା ମାନଂକଠାରେ ପହଁଚିବେ | ପ୍ରତିମାସର ଶେଷ ଗୁରୁବାର ଦିନ ଗର୍ଭବତୀ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ବୈଠକ ଜ଼ିଲ୍ଲାର ୨ହଜାର ୪ଶହ ଗାଁ କଲ୍ୟାଣ ସମିତିରେ ବସିବ | ପୂର୍ବ ବର୍ଷ ଅପେକ୍ଷା ବର୍ତମାନ ମାତୃ ମୃତ୍ୟୁ ହାର ରୋକିବାରେ ରାୟଗଡା ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉଲେଖନୀୟ କୃତିତ୍ୱ ହାସଲ କରିଛି | ସର୍ବ ଭାରତୀୟ ସ୍ତରରେ ମାତୃ ଓ ଶିଶୁ ମୃତ୍ୟ ହାର ରୋକବାରେ ଆଶାତୀତ ସଫଳ ପାଇଥିବାରୁ ଜ଼ିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗକୁ ପ୍ରସଂଶା କରାଯାଇଥିଲା | ଏହି ଉତ୍ସବର ମୁଖ୍ୟ ଅତିଥି ସ୍ୱତନ୍ତ୍ର ଉନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନୁଁତୃକା ନିଜ ବକ୍ତବ୍ୟ ରେ କହିଥିଲେ ଉଭୟ ଝିଅ ଓ ପୁଅ ସମାନ କାହାରିକୁ ପାତରଅନ୍ତର ନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ | ସେହିପରି ଜ଼ିଲ୍ଲାପାଳ ପ୍ରତି ମାସରେ ନିଜ ଆଡୁ ଗର୍ଭବତୀ ମହିଳାଙ୍କ ପାଖକୁ ଚିଠି ଲେଖିବା ପଦକ୍ଷେପକୁ ବହୁ ପ୍ରସଂଶା କରିଥିଲେ | ଜଣେ ନାରୀ ହିଁ ନାରୀର ମହତ୍ୱ ବୁଝିପାରିବ ବୋଲି କହିଥିଲେ | ନାରୀମାନଙ୍କ ଉନ୍ନତି ନିମନ୍ତେ ଜ଼ିଲ୍ଲାପାଳ ନେଇଥିବା ପଦକ୍ଷେପକୁ ସମଗ୍ର ରାୟଗଡାର ନାରୀମାନେ କେବେଭି ଭୁଲିପାରବେ ନାହିଁ ବୋଲି ନୁଁତୃକା କହିଥିଲେ |

ବର୍ତ୍ତମାନ ଯୁଗରେ ଶିଶୁ ଓ ମାତୃ ମୃତ୍ୟୁ ହାର କମୁଥିବା ବେଳେ ଉଭୟ କ୍ଷେତ୍ରରେ ଆହୁରି ସଫଳ ନିମନ୍ତେ ସୁରକ୍ଷିତ ମାତୃତ୍ଵ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ କରି ସୁରକ୍ଷିତ ରହିବା ନିମନ୍ତେ ପରାମର୍ଶ ଦେଇଥିଲେ | ଜ଼ିଲ୍ଲାପାଳ ଚିଠିର ପ୍ରଥମ ଧାଡିରେ ଗର୍ଭବତୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଶିଶୁର ଯତ୍ନ ନେବା ନିମନ୍ତେ ଅନୁରୋଧ କରିଛନ୍ତି | ସ୍ଥାନୀୟ ସୁଶୀଳା ଦେବୀ ନର୍ସିଙ୍ଗ ଅନୁଷ୍ଠାନର ଛାତ୍ର ଛତ୍ରୀ ମାନେ ଏକ କନ୍ୟା ରତ୍ନ ସମ୍ପର୍କରେ ଏକ ନାଟକ ପରିବେଷଣ କରିଥିଲେ | ସୁନ୍ଦର ଶିଶୁ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ପୂର୍ବରୁ ଜ଼ିଲ୍ଲାପାଳ ଆମ ସଂକଳ୍ପ ଓ ମିଶନ ସୂର୍ଯ୍ୟମୁଖୀ ନାଁ ରେ ସଚେତନ ପଦକ୍ଷେପ ଗ୍ରହଣ କରିଥିଲେ | ଯଦ୍ୱାରା ଶିଶୁ ମାତୃ ମୃତ୍ୟୁ ହାର ରୋକିବା ସହ ପୁଷ୍ଟିହୀନତା ରୋକିବାରେ ସ୍ୱାସ୍ଥ୍ୟ ବିଭାଗକୁ ବଡ ସଫଳତା ମିଳିଥିଲା |

ଜ଼ିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ସି ଡ଼ି ଏମ ଓ ଶିବପ୍ରସାଦ ପାଢ଼ୀ, ଏ ଡ଼ି ଏମ ଓ ସଂଯୁକ୍ତା ସାହୁ, ଡାକ୍ତର ବି ଏଲ ଏନ ପୃଷ୍ଟି ଓ ଜ଼ିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଜ଼ିଲ୍ଲା କାର୍ଯ୍ୟକର୍ମ ଅଧିକାରୀ ରାଜେଶ୍ୱର ପଟ୍ଟନାୟକ ସ୍ୱତନ୍ତ୍ର ଉନୟନ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ନୁଁତୃକା ମଂଚାସୀନ ରହି ପ୍ରସଂଶା କରିଥିଲେ | ପରିଶେଷରେ ଜ଼ିଲ୍ଲାପାଳଙ୍କ ସହିତ ଏକ କେଣ୍ଡାଲ ରାଲି ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବାହାରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: