Related Contents

୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ପଡିଆ, ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): କାମ, ବାସନା ଯେ ସ୍ନେହ, ପ୍ରେମ ଓ ବୟସକୁ ଜଳାଞ୍ଜଳି ଦେଇ କିଭଳି ଅମାନୁଷିକ କାଣ୍ଡ ଘଟାଇପାରେ ସେଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲାକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମ୍ ଭି ୫୯ଗ୍ରାମରେ ।

ଏହି ଗ୍ରାମର ଶୀତଳ ବିଶ୍ବାସ ନାମକ ଜଣେ ଯୁବକ ୧୫ଦିନ ପୂର୍ବେ ସାଢେ ୫ବର୍ଷର ଜଣେ ନାବାଳିକାକୁ ଘର ପଛପଟ ପାଇଖାନାକୁ ନେଇ ଦୁଷ୍କର୍ମ କରିଥିବା ନେଇ ପଡିଆ ଥାନାରେ ଅଭିଯୋଗ ହୋଇଛି । ଦୁଷ୍କର୍ମ ପରଠାରୁ ଝିଅର ଦେହ ଅସୁସ୍ଥ ହେବା ପରେ ପରିବାର ଲୋକ ଘଟଣା ବାବଦରେ ଅବଗତ ହୋଇଥିଲେ । ଝିଅର ଚିକିତ୍ସା କରାଇବା ସହ ମାଲାକାନଗିରି ମା ଗୃହ ସଭାନେତ୍ରୀ ପ୍ରଶାନ୍ତି ଲତା ବିଶୋଇ, ସମ୍ପାଦକ ଦୁଲାଲି ଥଣ୍ଡର, ତାପସୀ ବିଶ୍ବାସ, ପଡିଆ ମା ଗୃହ ସଭାନେତ୍ରୀ ରାଜେଶ୍ୱରୀ କବାସିଙ୍କ ସହାୟତରେ ପରିବାର ଲୋକ ଗତକାଲି ସଂଧ୍ୟାରେ ଏନେଇ ପଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୁଲିସ କେସ୍ ନଂ ୦୫/୧୯ ଦଫା ୩୭୬/୨୯୪(୨)(i)Rw section, pocso act ୨୦୧୨ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପଡିଆ ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର କିଷାନ କହିଛନ୍ତି ।

Comments are closed.