Related Contents

ସ୍ୱତନ୍ତ୍ର ବିକାଶ ପରିଷଦ ସଚେତନ ଶିବିର ଶୁଭାରମ୍ଭ

ବୈପାରୀଗୁଡା(ଏନ.ସନ୍ତୋଷ): କୋରାପୁଟ ଜିଲ୍ଲା ର ବୈପାରୀଗୁଡା ବ୍ଲକ୍ର ତେନ୍ତୁଳୀଗୁମ୍ମା ଗ୍ରାମ ପଂଚାୟତର ସଦର ଠାରେ କୋରାପୁଟ ଜିଲ୍ଲା ର ସ୍ୱତନ୍ତ୍ର ବିକାଶ ପରିଷଦ ର ଶୁଭାରମ୍ଭ ହୋଇଛି |

ଏହି ପରିପ୍ରେକ୍ଷୀରେ ତେନ୍ତୁଳୀଗୁମ୍ମା ସ୍ଥିତ ସହିଦ ଲକ୍ଷ୍ମଣ ନାୟକଙ୍କ ସମାଧି ପୀଠରେ ଏକ ସଚେତନ ଶିବିର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି | ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ କୋରାପୁଟ ଜଲ୍ଲାର ପ୍ରଥମ ଥର ପାଇଁ ବୈପାରୀଗୁଡା ବ୍ଲକ୍ର ୨୦ଟି ପଂଚାୟତର ଆଦିବାସୀ ନୃତ୍ୟ ଦଳକୁ ନାଟ୍ୟ ଉପକରଣ ଦିଆଯାଇଥିଲା | ପଞ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ କାଣ୍ଡିକିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ଝୀଂନ ହିକକା, ମୁଖ୍ୟ ବକ୍ତା ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କାମଳୁ ଯାନୀ, ଅନ୍ୟତମ ଅତିଥି ଭାବେ ଯୋଜନା ବୋର୍ଡ଼ ସଦସ୍ୟ ଈଶ୍ୱର ପାଣିଗ୍ରାହୀ, ପଟାଂଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, କୋରାପୁଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, କୋରାପୁଟ ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା ପ୍ରକଳ୍ପ ପ୍ରଶାସକ କରୁ ସୋରେନ ଆଦି ଅନେକ ଅତିଥି ଯୋଗଦେଇଥିଲେ | ଆଦିବାସୀ କଲା, ସଂସ୍କୃତି ବଞ୍ଚାଇ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସାହାଯ୍ୟ ଦେଇଥିବା ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ | ଯୋଜନା ବୋର୍ଡ଼ ସଦସ୍ୟ ଶ୍ରୀ ପାଣିଗ୍ରାହୀ ପର୍ଯ୍ୟଟନର ବିକାଶ ଦ୍ୱାରା ତେନ୍ତୁଳି ଗୁମ୍ମା ର ବିକାଶ ସମ୍ଭବ ବୋଲି କହିଥିଲେ | ପର୍ଯ୍ୟଟନର ବିକାଶ ସହ ସହିଦ ଲକ୍ଷ୍ମଣ ନାୟକଙ୍କ ଇତିହାସ ଉଲ୍ଲେଖ କରାଯାଇପାରିବ ଓ ବୈପାରୀଗୁଡା ବ୍ଲକ ସଦର ସହ ଦଂଡବଡୀ ଦେଇ ତେନ୍ତୁଳୀଗୁମ୍ମାକୁ ସିଧାସଳଖ ରାସ୍ତା ଦ୍ୱାରା ଯୋଗାଯୋଗ କରାଯାଇପାରିବ ବୋଲି କହିଥିଲେ | ଏହି ଶିବିରକୁ ବୈପାରୀଗୁଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତ୍ରିଲୋଚନ ଜେନା ପରିଚାଳନା କରିଥିଲେ | ଏହି ଶିବିରରେ ୫୦୦ ରୁ ଉର୍ଦ୍ଧ ଗ୍ରାମବାସୀ ଯୋଗ ଦେଇଥିଲେ |

Comments are closed.